ମୁକୁନ୍ଦପ୍ରସାଦ-ପ୍ରାଣନାଥ କଲେଜ ରାସ୍ତା ମରାମତି ଦାବି

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥା, ମରାମତି ବିହୀନ ଶୋଚନୀୟ ରାସ୍ତାଘାଟ ଲଗାଣ ବର୍ଷାରେ ଅଧିକ ସମସ୍ୟା ସୃଷ୍ଟି କରୁଛି । ସହରର ଅନେକ କଲୋନୀ, ବସ୍ତିର ରାସ୍ତାଘାଟ ଖାଲଖମାରେ ଭର୍ତି ହୋଇ ପାଣିଜମି ରହିଛି । ମୁକୁନ୍ଦପ୍ରସାଦ ଠାରୁ ପ୍ରାଣନାଥ କଲେଜ ରାସ୍ତା ସହରର ଏକ ପ୍ରମୁଖ ରାସ୍ତା ହୋଇଥିବା ଓ ଏହି ରାସ୍ତାରେ ଦୈନିକ କଲେଜ ଛାତ୍ରଛାତ୍ରୀ ଓ ଶତାଧିକ ଗାଡ଼ିମୋଟର ଚଳାଚଳ କରୁଥିବା ବେଳେ ଖୋର୍ଦ୍ଧା ପୌର ପରିଷଦ ଏନେଇ ଦୃଷ୍ଟି ଦେଉନାହିଁ । ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
ଆଜି ଏନେଇ ସ୍ଥାନୀୟ ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ ପକ୍ଷରୁ ଏକ ଦାବିପତ୍ର ଖୋର୍ଦ୍ଧା ପୌର ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି । ଏଥିରେ ୧ନମ୍ବର ୱାର୍ଡ ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଠାରୁ ପ୍ରାଣନାଥ କଲେଜ ରାସ୍ତାର ଯୁଦ୍ଧକାଳୀନ ଭିତ୍ତିରେ ମରାମତି, ରାସ୍ତାକଡ଼ ନାଳ ନିର୍ମାଣ, ରାସ୍ତାର ଦୁଇପାଶ୍ୱର୍ରେ ଥିବା ବିଜୁଳିବତୀର ମରାମତି ଆଦି ନେଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଏଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଟ୍ରଷ୍ଟର ରାମଶଙ୍କର କହିଛନ୍ତି ।

ସମ୍ବନ୍ଧିତ ଖବର