ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଦର ହ୍ରାସ ନିମନ୍ତେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବିପତ୍ର

ଚିଲିକା : ରାଜ୍ୟରେ ଗ୍ୟାସ ଓ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର  ଦର ବୃଦ୍ଧି ବିରୋଧରେ ଆଜି ବିଜୁ ମହିଳା ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ସଂଗଠନ ପକ୍ଷରୁ ଚିଲିକା ବ୍ଲକ ସମ୍ମୁଖ ମା’ ବରୁଣେଇ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଂଗଠନର ସଭାନେତ୍ରୀ ସନ୍ତୋଷୀ ବିଶ୍ବାଳ, ସଂପାଦକ ସୁଜାତା ପଣ୍ଡାଙ୍କ ମିଳିତ ନେତୃତ୍ବରେ ଚିଲିକା ବ୍ଲକର ମୋଟ ୧୭ ଟି ପଞ୍ଚାୟତର ମହିଳା ବିଜେଡି ସଂଗଠନର ପ୍ରତିନିଧି, ଦଳୀୟ କର୍ମକର୍ତ୍ତା,ସମର୍ଥକମାନେ ଏକଜୁଟ ହୋଇ ସଭାରେ ଯୋଗ ଦେଇଥିଲେ। ଏହାପରେ ସେମାନେ ପ୍ଲାକାର୍ଡ ଧରି ଏକ ରାଲିରେ ଆସି ଚିଲିକା ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲେ। ଏଥିରେ ଚିଲିକା ବ୍ଲକର ଉପାଧ୍ୟକ୍ଷ ଡାକ୍ତର ଉତ୍ପଳ କୁମାର ପାଇକରାୟ, ମହିଳା ମିଶନଶକ୍ତି ସଂଗଠନର ନେତ୍ରୀ ନିରୁପମା ପରିଡା, ମିନତୀ ପଣ୍ଡା,ପ୍ରତିମା ବେହେରା(କ) ଓ (ଖ),ଟୁନି ପରିଡା,ସଂଜବତୀ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇ କେନ୍ଦ୍ର ସରକାର ତୁରନ୍ତ ଗ୍ୟାସର ବର୍ଦ୍ଧିତ ଦର ହ୍ରାସ ପାଇଁ ଦାବି ରଖି ଉଦବୋଧନ ଦେଇଥିଲେ। ଏହାପରେ ଆନ୍ଦୋଳନକାରୀ ମହିଳାମାନେ ଦଳୀୟ ସମର୍ଥକମାନଙ୍କ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଚିଲିକା ବିଡିଓ ସୁଷମା ବାରିକଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର