ଜୟପୁରରେ ଆରଟିଓ ଅଫିସ ଶାଖା ଖୋଲିବା ପାଇଁ ଦାବି

ଜୟପୁର : ଜୟପୁର ଠାରେ କୋରାପୁଟ ଆରଟିଓ ଅଫିସର ଏକ ଶାଖା କାର୍ଯ୍ୟାଳୟ ଖୋଲିବା ପାଇଁ ନଗର କ˚ଗ୍ରେସ ପକ୍ଷରୁ ଦାବି କରାଯାଇଛି। ନଗର କ˚ଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ନିହାର ବିଷୋୟୀ, କାନ୍ତ ପାଢୀ, ଗଙ୍ଗାସାହୁ, ହାସନ ମଦାନି, ସତ୍ୟ ନାୟକ , ବେବିଙ୍କ ସହ କ˚ଗ୍ରେସ କର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ପରିବହନ ଓ ବାଣିଜ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ  ଉପଜିଲ୍ଲାପାଳ ହେମକାନ୍ତ ସାୟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ୧୪ଟି ବ୍ଲକକୁ ନେଇ କୋରାପୁଟ ଜିଲ୍ଲା ଗଠନ ହୋଇଛି  ଏବଂ ଏଠାରେ ୨ଟି ଉପଖଣ୍ତ ରହିଛି । ତେବେ ଜୟପୁର ସହରରେ ସମସ୍ତ ୨ଚକିଆ ମୋଟର ସାଇକେଲ ଓ ଚାରି ଚକିଆ କାର, ଜିପ୍  ସୋରୁମ ଗୁଡିକ ରହିଛି। ଏଠାରେ ହିଁ ସବୁ ବିକ୍ରୀ ବଟା ହେଉଛି। ଏସବୁ ଗାଡିକୁ କୋରାପୁଟ ଆରଟିଓ କାର୍ଯ୍ୟାଳୟକୁ ଯାଇ ପଞ୍ଜିକୃତ କରିବାକୁ ପଡୁଛି। ଏପରିକି ଜୟପୁର ଦେଇ ବୋରିଗୁମ୍ମା, କୋଟପାଡ,ବୈପାରିଗୁଡା, କୁନ୍ଦୁରାର ସମସ୍ତ ଜନସାଧାରଣଙ୍କୁ ଗାଡି ଗୁଡିକର କାଗଜପତ୍ର କାମ ପାଇଁ କୋରାପୁଟ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି ।  କୋଟପାଡ ବ୍ଲକର ଚାନ୍ଦିଲି ବୈପାରିଗୁଡା ବ୍ଲକର ରାମଗିରି ଠାରୁ କୋରାପୁଟର ଦୂରତାକୁ ଦେଖିଲେ ଶହେ କିଲୋମିଟର ଅଧିକ ପଡୁଛି । ଏହାସହ ଯାତାୟତ ନିମନ୍ତେ ମଧ୍ୟ ସେତେ ଭଲ  ସୁବିଧା ନାହିଁ। ଜନସାଧାରଣ ଗାଡି ରେଜିଷ୍ଟ୍ରେସନ, ରେକର୍ଡ ଅପଟୁଡେଟ୍, ରିନ୍ୟୁଵାଲ, ଫିଟନେସ୍ , ଡ୍ରାଇଭିଂ ଲାଇସେନସ୍ ଆଦି କରିବା ପାଇଁ କୋରାପୁଟ ଯିବାକୁ ପଡୁଛି।  ସାନ ବଡ ଗାଡି ବିକ୍ରୟ ପାଇଁ ମଧ୍ୟ କୋରାପୁଟ ଆରଟିଓଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ପ୍ରତ୍ୟେକ ଗାଡି ସଂପର୍କୀତ କାମ ପାଇଁ କୋରାପୁଟ ଯିବାକୁ ପଡୁଥିବା ବେଳେ ଅଯଥାରେ ଆର୍ଥିକ ଖର୍ଚ୍ଚାନ୍ତ ଓ ସମୟର ଅପଚୟ ବି ହେଉଛି। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଜନସ˚ଖ୍ୟାକୁ ଦୃଷ୍ଟିରେ ରଖି ଅରଟିଓ କାର୍ଯ୍ୟାଳୟ ୨ଟି ବି ଖୋଲାଯାଇଛି । ତେଣୁ ସରକାର ତୁରନ୍ତ ଜୟପୁର ଠାରେ ଆରଟିଓ ଅଫିସ ନଚେତ ଏହାର ଏକ ଶାଖା କାର୍ଯ୍ୟାଳୟ  ଖୋଲିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇ ଦାବି କରାଯାଇଛି।

 

ସମ୍ବନ୍ଧିତ ଖବର