ଖୋର୍ଦ୍ଧା: ଦୀପତଳ ଅନ୍ଧାର ଉକ୍ତିର ସଠିକ ନମୁନା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ପାଣିଟାଙ୍କି ନିକଟବର୍ତୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ଉକ୍ତ ଅଞ୍ଚଳର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ସରୋଜିନୀ ପାଇକରାୟ କହିଛନ୍ତି ଯେ, ଦେଉଳି ଗାଁର ପାଣିଟାଙ୍କି ନିକଟରେ ୫୦ଟି ପରିବାର ରହୁଛନ୍ତି। ନିକଟରେ ୨୦୧୮ରେ ପଞ୍ଚାୟତକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ଏକ ଓଭରହେଡ୍ ଟ୍ୟାଙ୍କ ନିର୍ମାଣ କରାଯାଇ ଜଳ ଯୋଗାଣ କରାଯାଉଛି।
ପାଣିଟାଙ୍କିର ନାମ ଅନୁସାରେ, ତାଙ୍କ ସାହିକୁ ଦେଉଳି ପାଣିଟାଙ୍କି ସାହି ବୋଲି ପରିଚିତ ହୋଇଛି, କିନ୍ତୁ ତାଙ୍କ ସାହିକୁ ଏଥିରୁ ପିଇବା ପାଣି ମିଳୁନାହିଁ। ସାହିରେ ଏକ ନଳକୂପ ସ୍ଥାପନ କରିବାକୁ ଏହାପୂର୍ବରୁ ବିଧାୟକ ରାଜେନ୍ଦ୍ର ସାହୁ, ବିଡିଓ ଓ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ। ପିଇବା ପାଣି ପାଇଁ ସାହିଠାରୁ ପ୍ରାୟ ୧ କିମି ଦୂର ନଳକୂପ ଓ କୂପକୁ ଯିବାକୁ ପଡ଼ୁଛି। ଏଣୁ ସେମାନଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଏକ ନଳକୂପ ସ୍ଥାପନର ବ୍ୟବସ୍ଥା କରାଯାଉ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Deuli-panitanki-sahire-ani-samasya-Khordha.jpeg)