ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିର ସମେତ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକୁ ଚଳିତ ମାସ ୨୦ ମଧ୍ୟରେ ଖୋଲିବାକୁ ଦାବି କରିଛନ୍ତି ଶ୍ରୀ ହରିବଳଦେବ ଜୀଉ ସେବାୟତ ସଂଘ। ଏନେଇ ମନ୍ଦିର ସେବାୟତଙ୍କ ପକ୍ଷରୁ ରାଜ୍ୟ ସେବାୟତ ସଂଘର ସଭାପତି କାମେଶ୍ବର ତ୍ରିପାଠୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର କରୋନା ମହାମାରୀ ମୁକାବିଲା ନିମନ୍ତେ ୨୦୨୦ ମାର୍ଚ୍ଚ ୨୩ରୁ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରିଥିଲେ । ବର୍ତ୍ତମାନ ସରକାର ବସ , ଗାଡ଼ି ମୋଟର ଚଳାଚଳ, ହାଟ ବଜାର ଖୋଲିବା ସହିତ ସଭାସମିତି ଆଦି କ୍ଷେତ୍ରରେ ଲାଗୁ କରାଇଥିବା କଟକଣାକୁ କୋହଳ କରାଇ ଦେଇଛନ୍ତି । ଫଳରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ କରୋନା ମାର୍ଗଦର୍ଶୀକା ଅନୁପାଳନ ପୂର୍ବକ ମନ୍ଦିର ଭିତରକୁ ଭକ୍ତମାନଙ୍କୁ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ ନିମନ୍ତେ ବାରମ୍ବାର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଇ ଆସୁଥିବା ସମୟରେ ସରକାରଙ୍କ ପକ୍ଷରୁ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନେଇ ସାରିଥିବା ସମୟରେ ଯାଜପୁରରେ ମା ବିରଜା, କେନ୍ଦ୍ରାପଡ଼ାରେ ବଳଦେବଜୀଉ ମନ୍ଦିର ଖୋଲିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସହିତ ଜିଲ୍ଲାରେ ଥିବା ସମସ୍ତ ଛୋଟ ବଡ଼ ମନ୍ଦିର ଭିତରକୁ ଆସନ୍ତା ଡିସେମ୍ବର ୨୦ ମଧ୍ୟରେ ଭକ୍ତମାନଙ୍କ ପ୍ରବେଶ ନିମନ୍ତେ ଅନୁମତି ଦେବା ପାଇଁ ଆଜି ଓଡ଼ିଶା ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସରକାରଙ୍କ ରିପୋର୍ଟ ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ମହାମାରୀ ପ୍ରଭାବ ହ୍ରାସ ପାଇଛି। ତେଣୁ କରୋନା ମାର୍ଗଦର୍ଶୀକାକୁ ପାଳନ କରାଯାଇ ମନ୍ଦିରରେ ଠାକୁରମାନଙ୍କୁ ଦର୍ଶନ ନିମନ୍ତେ ଭକ୍ତମାନଙ୍କୁ ଅନୁମତି ଦେବା ନିମନ୍ତେ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି।
ମୟୂରଭଞ୍ଜ : ଜିଲ୍ଲାରେ ସମସ୍ତ ମନ୍ଦିର ଡିସେମ୍ବର ୨୦ ମଧ୍ୟରେ ଖୋଲାଯାଉ, ଦାବି କଲା ସେବାୟତ ସଂଘ
/sambad/media/post_attachments/wp-content/uploads/2020/12/IMG-20201218-WA0003.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)