ଟ୍ରାଇଫେଡ଼ ଅଧ୍ୟକ୍ଷଙ୍କୁ ଭେଟିଲେ ମୟୁରଭଞ୍ଜ ସାଂସଦ ପ୍ରତିନିଧି ହେମନ୍ତ ଶାହା

ମୟୂରଭଞ୍ଜରେ ଟ୍ରାଇଫେଡ୍‌ର ଆଉଟଲେଟ୍‌ ଖୋଲିବାକୁ ଦାବି

ବାରିପଦା : ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ଏବଂ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କ ପ୍ରତିନିଧି ହେମନ୍ତ ଶାହା ଟ୍ରାଇଫେଡ୍‌ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମୀନାଙ୍କୁ ଭେଟି ଆଲୋଚନା କରିଛନ୍ତି । ଟ୍ରାଇଫେଡ଼ ଜରିଆରେ ମୟୁରଭଞ୍ଜ ଜିଲ୍ଲାରେ ଜନଜାତି ମାନଙ୍କର କିପରି ସର୍ବାଙ୍ଗୀନ ବିକାଶ ହୋଇପାରିବ ସେ ବିଷୟରେ ଆଜି ଜନଜାତି ମାନଙ୍କର ଜୀବନ ଜୀବିକାରେ ଉନ୍ନତି ପାଇଁ କେନ୍ଦ୍ର ଜନଜାତି ବିଭାଗ ପକ୍ଷରୁ ହୋଇଥିବା ବନଧନ ଯୋଜନା, ବନଜାତ ଦ୍ରବ୍ୟ ସଂଗ୍ରହ ଏବଂ ତାହାର ବଜାରୀ କରଣ , ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଜନଜାତି ମାନଙ୍କର ଉନ୍ନତି, ଜନଜାତି ମେଳା ଏବଂ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରମୁଖସ୍ଥାନଗୁଡ଼ିକରେ ଟ୍ରାଇଫେଡ୍‌ ଦ୍ଵାରା ଆଉଟ ଲେଟ୍‌ ଖୋଲିବା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଏଥିସହିତ ଜିଲ୍ଲାରେ ଜନଜାତି କାରିଗରୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ବଜାରୀ କରଣ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା । ସବୁ କାର୍ଯ୍ୟ କିପରି ସମୟ ମୁତାବକ କରାଯାଇ ପାରିବ ସେଥିପାଇଁ ଟ୍ରାଇଫେଡ଼ର ଚେୟାରମ୍ୟାନ ଶ୍ରୀ ମୀନା ଖୁବଶୀଘ୍ର ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ଆଲୋଚନା ସମୟରେ କେନ୍ଦ୍ର ଜଳଶକ୍ତି ଏବଂ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର