ଭଦ୍ରକ: ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାୟକୁ ଏକ ବିଶ୍ଵବିଦ୍ୟାଳୟ ଘୋଷଣା ନହେବା ନେଇ କ୍ଷୋଭ ପ୍ରକଟ କରି ଏକ ଜରୁରୀ ବୈଠକ ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ଭଦ୍ରକ କଲେଜ ସିଏଲ୍ଟି ସମ୍ମିଳନୀ କକ୍ଷରେ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ମହାବିଦ୍ୟାଳୟକୁ ପଲ୍ଲୀଭାରତୀ ବିଶ୍ଵବିଦ୍ୟାଳୟ କରାଯିବା ପାଇଁ କେନ୍ଦ୍ର ପ୍ରସ୍ତାବ ଥିବା ବେଳେ ରାଜ୍ୟ ସରକାର ଯୋଗ୍ୟ ବିବେଚିତ ହେଉ ନଥିବା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଘୋଷଣା କରିଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ‘ନାକ୍’ କମିଟିର ‘ଏ’ ଗ୍ରେଡ଼୍ ମାନ୍ୟତା ପାଇଥିଲେ ମଧ୍ୟ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଘୋଷଣା କରାଯାଉ ନାହିଁ। ଅଥଚ ନାକ୍ ଗ୍ରେଡ୍ରେ ତଳେ ରହିଥିବା ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଘୋଷଣା ହୋଇ ସାରିଛି। ଭଦ୍ରକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପରିବଶ, ସବୁ ଦୃଷ୍ଟିକୋଣରୁ ବିଶ୍ଵବିଦ୍ୟାଳୟ ଘୋଷଣା ହେବାକୁ ଯୋଗ୍ୟ। ଭଦ୍ରକ ଜିଲ୍ଲାବାସୀ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଦାବୀ କରି ଆସୁଥିଲେ ମଧ୍ୟ ଏହାକୁ ସରକାର କର୍ଣ୍ଣପାତ କରୁ ନାହାନ୍ତି। ଆହୁରି ଦୁଃଖ ଓ ପରିତାପର ବିଷୟ ଯେ, ସ୍ଥାନୀୟ ବିଧାୟକ ଏବଂ ରାଜ୍ୟ ସରକାରଙ୍କ ତଥ୍ୟରେ କୌଣସି ତାଳମେଳ ରହୁନାହିଁ।

Advertisment

publive-image Sambad

ସ୍ଥାନୀୟ ବିଧାୟକ ବିଭିନ୍ନ ସଭାରେ ଭଦ୍ରକ ମହାବିଦ୍ୟାଳୟକୁ ଖୁବଶୀଘ୍ର ବିଶ୍ଵବିଦ୍ୟାଳୟ ଘୋଷଣା କରାଯିବ ବୋଲି କହୁଥିବା ବେଳେ ଗତ ୨୯ ତାରିଖରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ତାରକା ପ୍ରଶ୍ନ ନଂ-୬୨୧ର ଉତ୍ତର ଦେଇ ରାଜ୍ୟ ସରକାରଙ୍କର ଆଉ ନୂତନ ବିଶ୍ଵବିଦ୍ୟାଳୟ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ ବୋଲି କହିବା ଜିଲ୍ଳାବାସୀଙ୍କୁ ବ୍ୟଥିତ କରିଛି। ଏ ନେଇ ଅନୁଷ୍ଠିତ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବୈଠକରେ ମୁଖ୍ୟ ଉପଦେଷ୍ଟା ପ୍ର. ଡଃ. ଦେବେନ୍ଦ୍ର ନାଥ ରାଉତ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଡଃ. ରାଧାରାଣି ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ସମାଜସେବୀ ଅନିଲ ଦେ, ସମ୍ପାଦକ ସୁଦାମ ଭୁଇଁ, କୋଷାଧ୍ୟକ୍ଷ ପ୍ରମୋଦ ସାମଲ, କାର୍ଯ୍ୟାଳୟ ସମ୍ପାଦକ ବିଶ୍ଵନାଥ ରାଉତ, ରିତିକା ମହାନ୍ତି, କ୍ଵାସାର ସାହିନ୍, ଲକ୍ଷ୍ମୀପ୍ରିୟା ମହାଳିକ, ଶୁଭଶ୍ରୀ ସାଇସ୍ମିତା, ଅଭିଲିପ୍ସା ନାୟକ, ସରସ୍ବତୀ ବେହେରା, ଗୌତମ ରାଉତ, ସୁଦର୍ଶନ ବାଗସିଂହ, ଦିବ୍ୟଜ୍ୟୋତି ସାହୁ, ମାଧବ ଚନ୍ଦ୍ର ସାହୁ, ପ୍ରିୟବ୍ରତ ବଳରାମ ଦାଶ, ଶରଣ ନାୟକ, ଅପରୂପା ଦିବ୍ୟଦଶିର୍ନୀ ଦାସ, ପ୍ରଜ୍ଞାସିନୀ ବେହେରାଙ୍କ ସମେତ ବହୁ ଛାତ୍ରଛାତ୍ରୀ, ଜିଲ୍ଳାବାସୀ ଯୋଗ ଦେଇଥିଲେ।