ଜୟପୁର: ୧୮ରୁ ୪୪ବର୍ଷ ବୟସ ବର୍ଗରେ ଥିବା ଜୟପୁର ସହରବାସୀଙ୍କୁ ଟିକା ଦେବାକୁ ଦାବି ଜୋର ଧରିଛି। ପୌରପାଳିକା ପକ୍ଷରୁ ସଫେଇ କାମରେ ନିୟୋଜିତ ଥିବା କର୍ମଚାରୀଙ୍କ ଜରିଆରେ ସହରର ଯୁବବର୍ଗ ସ୍ମାରକପତ୍ର ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଆଜି ସେଭଳି ନୂଆସାହିର ସୁମନ୍ତ ସାହୁ ଜଣେ ସଫେଇ କର୍ମଚାରୀଙ୍କୁ ଏଭଳି ଦାବି କରି ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେଭଳି ଏହି ବର୍ଗକୁ ତୁରନ୍ତ ଟିକା ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି। ଜୟପୁର ସହରର ଏହି ବର୍ଗର କିଛି ଯୁବକ ଓ ଯୁବତୀ ନବରଙ୍ଗପୁର, କୋରାପୁଟ ଓରାୟଗଡା ଯାଇ ସେଠାରେ ଟିକା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିବା ସହ ଜିଲ୍ଲାପ୍ରଶାସନ କେବେ ଜାଗିବ ବୋଲି ପ୍ରଶ୍ନ କରିଛନ୍ତି।
୧୮ରୁ ୪୪ ବର୍ଷ ବର୍ଗର ଟିକା ପ୍ରଦାନ ପାଇଁ ଦାବି: ସଫେଇ କର୍ମଚାରୀଙ୍କ ଜରିଆରେ ସ୍ମାରକପତ୍ର
/sambad/media/post_attachments/wp-content/uploads/2021/06/8dccc270-3ef3-4312-a51f-c1f3d7e3b862.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)