‘ଓସା’ର ଆବାହକଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବି, ଡିଜିପିଙ୍କୁ ଦାବିପତ୍ର

ବାରିପଦା : ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା)ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସୂଚନା ଅଧୀକାର କର୍ମୀ ଶ୍ରୀକାନ୍ତ ପାକଳ ଏବଂ ଜିତେନ୍ଦ୍ର ସାହୁଙ୍କ ବିରୁଦ୍ଧରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ୨ଜଣ ଦଳିତ ମହିିଳାଙ୍କ ମାଧ୍ୟମରେ ମିଥ୍ୟା ମାମଲା  କରି   ଗିରଫ କରିବାକୁ  ମସୁଧା କରିଥିବା ଅଭିଯୋଗ କରିଛି ଓସାର ମୟୂରଭଞ୍ଜ ଶାଖା। ଦୀର୍ଘ ୧୫ ବର୍ଷ ଧରି ପ୍ରଦୀପ ପ୍ରଧାନ ଓସା ମାଧ୍ୟମରେ ସରକାରୀ ସ୍ତରରେ ହେଉଥିବା  ଦୁର୍ନିତିକୁ ଲୋକ ଲୋଚନକୁ ଆଣି ପାରିଛନ୍ତି ଓ ପ୍ରୟାସ ଜାରି ରଖିଛନ୍ତି ।ଏହି ଦୁର୍ନିତିରେ ବଡ ବଡ ସରକାରୀ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଅସଲ ମୁଖା ଲୋକଲୋଚନକୁ ଅସିବା ପରେ ସେମାନେ କିଛି  ଲୋକଙ୍କୁ ସେମାନଙ୍କ ଅଜାଣତରେ ସେମାନଙ୍କ ନାମକୁ ବ୍ୟବହାର କରି ମିଥ୍ୟା ମାମଲା କରିଛନ୍ତି।  ପୁଲିସ ମଧ୍ୟ କିଛି ଅନୁସନ୍ଧାନ ନକରି ପ୍ରଦୀପ ପ୍ରଧାନ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଛି । ପୁଲିସର ଏହି ଅନ୍ୟାୟ ପଦକ୍ଷେପ କୁ ବିରୋଧ କରି, ଏହି ମାମଲାକୁ ପ୍ରତ୍ୟାହାର କରିବା ସହିତ ଏକ  ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୋଷିକୁ ଦଣ୍ଡିତ କରିବା  ଦାବି କରି ଓସା, ମୟୂରଭଞ୍ଜ ଶାଖାର ଆବାହକ ସନ୍ତୋଷ ମହାନ୍ତି ଙ୍କ ନେତୃତ୍ୱରେ ରାଜ୍ୟ ଡିଜିପି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ  ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଚକ୍ରଧର ସାହୁ ,ମନୋଜ ପତି,ରାକେଶ ସିଂ,ମହେଶ୍ୱର ମହାନ୍ତି,ସଞ୍ଜୟ ମହାନ୍ତ, ,ପ୍ରତାପ ମହାନ୍ତ, ଧାନ ଟୁଡୁ, ବିରାମ ସୋରେନ ପ୍ରମୁଖ ଯୋଗ ଦେଇଥିଲେ ।
ସମ୍ବନ୍ଧିତ ଖବର