ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଣାଇଗଡ଼: ବଣାଇ ସହରସ୍ଥ ଆଇଟିଡିଏ ସଭାଗୃହରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣିରେ ଲହୁଣିପଡ଼ା ବ୍ଲକ୍‌ ଜୋନ୍‌(ଖ) ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସିପିଆଇଏମ୍ ଖୁଣ୍ଟଗାଁ ଆଞ୍ଚଳିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଖୁଣ୍ଟଗାଁ ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର, ନର୍ସ, ତଥା ଆନୁଷଙ୍ଗିକ ବ୍ୟବସ୍ଥା ସହିତ ଡାକ୍ତରଖାନାର ଉନ୍ନତୀକରଣ, ପିବିଡିଏ ସ୍କୁଲରେ ଛାତ୍ରାବାସର ସୁବିଧା, ଫୁଲଝର ଓ କୁର୍ଡା ପଞ୍ଚାୟତରେ ଚେକ୍‌ଡ୍ୟାମ୍‌ ଓ କେନାଲର ପୁନରୁଦ୍ଧାର କରି ଜଳସେଚନର ସୁବିଧା, ଟସର ସିଲ୍‌କ ପାର୍କରେ ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି, ରୁଗୁଡ଼ା, ଖୁଣ୍ଟଗାଁ, କୁଳିପୋଷ, ହଳଦୀକୁଦର ଇତ୍ୟାଦି ପଞ୍ଚାୟତର ଗ୍ରାମଗୁଡ଼ିକୁ ମହୁଲପଦା ଥାନା ଅଧୀନରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରାଯାଇଛି।

ଏଥିସହିତ ବଣାଇ ଓ ଲହୁଣିପଡ଼ା ଚିକିତ୍ସାଳୟରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଅଞ୍ଚଳର ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସିପିଆଇଏମ୍ ଆଞ୍ଚଳିକ କମିଟିର ସଭାପତି ସମୀର କୁମାର ନାୟକଙ୍କ ନେତୃତ୍ବରେ ସମ୍ପାଦକ ମନୋଜ ବେହେରା, ହଳଦୀକୁଦର ସରପଞ୍ଚ ବିଜୟ ମୁଣ୍ଡା, ରୁଗୁଡ଼ା ସରପଞ୍ଚ ବିଜୟିନୀ ମୁଣ୍ଡା, ସୁଶାନ୍ତ ମାହାନ୍ତ, ସତ୍ୟ ମାଝୀ, ସୁଶାନ୍ତ ସିଂ, ବାଲେଶ୍ବରୀ ଦଳବେହେରା, ଆଞ୍ଜେଲା ମୁଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର