ଧର୍ମଗଡ଼: ସରକାର ବ୍ଲକ୍ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ୍ ସ୍ଥାପନ ନେଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦାବି ଜୋର ଧରିଛି।
ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ର ବିନ୍ଦୁ କାଙ୍କେରୀଠାରେ ନୂତନ ବ୍ଲକ ସ୍ଥାପନ ନେଇ ଗୁରୁବାର ଦିନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ୭ ପଞ୍ଚାୟତବାସୀ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି।
ବିରାଟ ପଟୁଆରରେ ଏକ ରାଲି ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।
ବିଗତ ସରକାର ଥିଲା ସମୟରେ ମଧ୍ୟ କାଙ୍କେରୀ ଠାରେ ନୂତନ ବ୍ଲକ୍ ସ୍ଥାପନ ନେଇ ଦାବୀ କରିଥିବା କ୍ରିୟାନୁଷ୍ଠାନ କମିଟିର ଆବାହକ କାଙ୍କେରୀ ସରପଞ୍ଚ ମମତା କେତକୀ ପ୍ରକାଶ କରିଥିଲେ।
ଅଧିକ ପଢ଼ନ୍ତୁ: ୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ଦାବିପତ୍ର ପ୍ରଦାନ ସମୟରେ କାଙ୍କେରୀ ସରପଞ୍ଚ ମମତା କେତକୀ, ସମିତି ସଭ୍ୟା ଜ୍ୟୋତ୍ସ୍ନାମୟୀ ଛତ୍ରିଆ, କ୍ରିୟାନୁଷ୍ଠାନ କମିଟିର ଅସ୍ଥାୟୀ ସଭାପତି ବିଶ୍ୱନାଥ ଛତ୍ରିଆ, ସମ୍ପାଦକ ଶ୍ୟାମଘନ କେତକୀ, ମହେଶ୍ୱର ସୁନାନୀ, ଭାବେନ୍ଦ୍ର ଘି, ଲଳିତ ବାଗ, କୁମୁଦ ମେହେର ସମେତ କାଙ୍କେରୀ, କନାଗାଁ, ଡୁମେରଗୁଡା, ଟିପିଗୁଡା, ସନ୍ଧିକୁଳିହାରୀ, ଖମାର ହଳଦୀ, ଛୀଲିପା ପଞ୍ଚାୟତର ଲୋକେ ଉପସ୍ଥିତ ରହିଥିଲେ ପ୍ରମୁଖ ଉପସ୍ଥିତ ରହିଥିଲେ।
ଅଧିକ ପଢ଼ନ୍ତୁ: ରଣନୀତି ବଦଳାଉଛନ୍ତି ମାଓବାଦୀ: ଯବାନଙ୍କୁ ଟାର୍ଗେଟ କରି ବ୍ୟବହାର କରୁଛନ୍ତି ବୋତଲ ବୋମା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/30/JWvcyDD83Hwr40utwjpy.jpeg)