ଯାତ୍ରା ପଡ଼ିଆକୁ ସ୍କୁଲକୁ ହସ୍ତାନ୍ତର ନକରିବାକୁ ଦାବି

ଖୋର୍ଦ୍ଧା : ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗାଁ ମଧ୍ୟଭାଗରେ ଥିବା ଏକ ପଡ଼ିଆକୁ ଗାଁ ସ୍କୁଲକୁ ହସ୍ତାନ୍ତର କରିବା ସହ ଏହା ଚାରିପଟେ ପାଚେରୀ ନିର୍ମାଣକୁ ଗାଁର କେତେକ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଗାଁର ପ୍ରଶାନ୍ତ ପାଣି, ରଂଜନ କୁମାର ଦାଶ, ଦୀପକ ଶସାମଲ, ଜଗନ୍ନାଥ ଜେନା ପ୍ରମୁଖ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ହସ୍ତାନ୍ତର ଓ ପାଚେରୀ ନିର୍ମାଣ ଜନିତ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ସେମାନଙ୍କ କହିବା କଥା ହେଲା, ଉକ୍ତ ଜମିଟି ଦୀର୍ଘ ଦିନ ଧରି ଗାଁର ଯାତ୍ରା-ମେଲଣ, ଭୋଜିଭାତ ଓ ଯାନବାହାନ ଆଦି ରଖିବା ପାଇଁ ବ୍ୟବହୃତ ହୋଇଆସୁଛି । ପଡ଼ିଆ ମଧ୍ୟରେ ଥିବା କୂଅରୁ ଅନେକ ପାଣି ପାଇଁ ବ୍ୟବହାର କରିଥାନ୍ତି । ବର୍ତମାନ ଏହି ପଡ଼ିଆଟିକୁ ସ୍ଥାନୀୟ ୟୁଜିଏମ୍ଇ ସ୍କୁଲକୁ ହସ୍ତାନ୍ତର କରିବାକୁ ପଂଚାୟତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କେବଳ ଏହାନୁହେଁ ଏହି ପଡ଼ିଆ ଚାରିପଟେ ପାଚେରୀ ନିର୍ମାଣ ପାଇଁ ଯୋଜନା ହୋଇଛି । ଯଦି ପାଚେରୀ ନିର୍ମାଣ କରାଯାଏ ତେବେ ଗାଁର ସାମୂହିକ କାର୍ଯ୍ୟପାଇଁ ବ୍ୟବହୃତ ସ୍ଥଳରେ ବିଭିନ୍ନ କାର୍ଯ୍ୟପାଇଁ ସମସ୍ୟା ସୃଷ୍ଟି ହେବ ।

ସମ୍ବନ୍ଧିତ ଖବର