ଚାଉଳ ପରିବହନ ଭଡ଼ା ବୃଦ୍ଧି ଦାବି 

ଜୟପୁର: ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗ ଚାଉଳ ପରିବହନ ପାଇଁ ନିୟୋଜିତ ଟ୍ରକର ପରିବହନ ଭଡ଼ା ବୃଦ୍ଧି କରୁ ନଥିବା ଅଭିଯୋଗ ହୋଇଛି। ଏନେଇ ମାନ୍ୟବର ହାଇକୋର୍ଟର ଦ୍ବାରସ୍ଥ ଏ.ଆପ୍ପାରାଓ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବିଭାଗୀୟ ସଚିବଙ୍କ ନିକଟରେ ନିଜର ଅଭିଯୋଗ ଜଣାଇବାକୁ ନିର୍ଦେଶ ଦେଇଥିଲେ।

ଏହି କ୍ରମରେ ଆପ୍ପାରାଓ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ, ଜିଲ୍ଲାପାଳ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲାପରିଚାଳକ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ନିଜର ଅଭିଯୋଗ ପତ୍ର ଦାଖଲ କରି ପରିବହନ ଭଡ଼ା ଦରର ପରିବର୍ଦ୍ଧିତ ଦର ଲାଗୁ କରିବାକୁ ଦାବି କରିଛନ୍ତି।

୨୦୧୯ରେ ଇଏମଡି ୩ଲକ୍ଷ ଟଙ୍କା ରହିଥିବା ବେଳେ ୨୦୨୧ରେ ଇଏମଡି ୫ଲକ୍ଷକୁ ବୃଦ୍ଧି କରାଯାଇଛି। ଗତ ୨୦୧୯ମସିହାରେ ଡିଜେଲ ଲିଟର ପିଛା ୭୩ଟଙ୍କା ୩୯ପଇସା ରହିଥିବା ବେଳେ ଏବେ ୧୦୧.୫୭ପଇସା। ପ୍ରାୟ ୨୭ଟଙ୍କାର ଫରକ ରହିଛି। ଅନ୍ୟପକ୍ଷରେ କୁଇଣ୍ଟାଲ ପିଛା ପରିବହନ ଦର ୧୮ଟଙ୍କା ୭୫ରୁ ୧୫ଟଙ୍କା୬୮ପଇସା କୁଇଣ୍ଟାଲ ପିଛା କରାଯାଇଛି। ଏତେ କମ୍ ଦରରେ ତେଲ ଦର ଅଧିକା ରହିଥିବାରୁ ପରିବହନ କରିବା ମୁସ୍କିଲ। ଏହାର ପୁର୍ନବିଚାର କରିବାକୁ ଦାବି କରିଛନ୍ତି ଆପ୍ପା ରାଓ।

ସମ୍ବନ୍ଧିତ ଖବର