ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଚମ୍ପାଝର ମୌଜାରେ ଇଡ୍କୋ କମ୍ପାନି ପକ୍ଷରୁ ଶିଳ୍ପାଞ୍ଚଳ ପାଇଁ ଜମି ଅଧିଗ୍ରହଣ କରାଯାଇଛି। ଏହି ଅଧିଗ୍ରହଣରେ କ୍ଷତିଗ୍ରସ୍ତ ହୋଇଥିବା ୧୫ଜଣ ଗରିବ ଦିନ ମଜୁରିଆ ପରିବାରଙ୍କୁ କ୍ଷତିପୂରଣ ସହ ପୁନର୍ବାସର ବ୍ୟବସ୍ଥା କରିବାକୁ ଏକ ସ୍ମାରକପତ୍ର କ୍ଷତିଗ୍ରସ୍ତ ପରିବାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ମଙ୍ଗଳବାର ଏନେଇ ଦଳିତ ସଂଗଠନର ନେତା ଦିବାକର ଭୋଇଙ୍କ ନେତୃତ୍ବରେ କ୍ଷତିଗ୍ରସ୍ତ ପରିବାରର ସଦସ୍ୟ ମାନେ ଉପଜିଲ୍ଲାପାଳ, ଖୋର୍ଦ୍ଧା ତହସିଲଦାର ଓ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
କ୍ଷତିଗ୍ରସ୍ତ ପରିବାରର ପୂର୍ଣ୍ଣଚନ୍ଦ୍ର ସେଠୀ, ବିଜୟ କୁମାର ସେଠୀ, ଗୋବିନ୍ଦ ମହାରଣା, ଲୋକନାଥ ଦାଶ, ମୀନକେତନ ମୁଦୁଲି ପ୍ରମୁଖ କହିଛନ୍ତି ଯେ ୧୯୮୪ ମସିହାରୁ ଚମ୍ପାଝର ମୌଜାର ଖାତା ନଂ ୪୪୮ ପ୍ଲଟ ନମ୍ବର ୩୯୨ରେ ୧୫ ଜଣ ଗରିବ ମଜୁରିଆ ପରିବାରଙ୍କୁ ଅର୍ଥନୈତିକ ପୁନର୍ବସତି ଯୋଜନାରେ ଜମି ଦିଆଯାଇଥିଲା। ବର୍ତ୍ତମାନ ଇଡ୍କୋ କମ୍ପାନି ପକ୍ଷରୁ ସେମାନଙ୍କୁ ଉଚ୍ଛେଦ କରାଯାଇଛି। ଏଣୁ ୧୯୮୪ ଜମି ଦଖଲ ଆଇନାନୁସାରେ ସେମାନଙ୍କୁ କ୍ଷତିପୂରଣ ସହ ନିଯୁକ୍ତ ଦେବାକୁ ଦାବି କରିଛନ୍ତି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ସେମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଭୋଇ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Idco-Khyatigrast-paribarnku-khyatipuran-dabi-Khordha.jpeg)