ଜୟପୁର: ଗତ ୫ବର୍ଷ ତଳେ ପାଣି ପଞ୍ଚାୟତ ନିର୍ବାଚନ ହୋଇଥିବା ବେଳେ ଏହା ପର ଠାରୁ ଆଉ ନିର୍ବାଚନ ହୋଇନି। ଏବେ ପୁଣି ନୂଆ ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି ହାଡ଼ିଆ ପଞ୍ଚାୟତର ସିନ୍ଧିଗାଁ, ହାଡ଼ିଆ, ଶିରାଗୁଡ଼ା ଆଦିଗ୍ରାମବାସୀ।
ପୂର୍ବରୁ ଥିବା ପାଣି ପଞ୍ଚାୟତ ଅଞ୍ଚଳର ଚାଷୀଙ୍କର ସମସ୍ୟାକୁ କେବେ ବି ସମାଧାନ କରି ପାରି ନଥିବା ଏମାନେ ଅଭିଯୋଗ ବାଢ଼ି ଏକ ଦାବିପତ୍ର ଉପରକୋଲାବ ଜଳସେଚନ ବିଭାଗର ଏସଡିଓଙ୍କୁ ପ୍ରଦାନ କରିଛନ୍ତି। ଏପରିକି ଗ୍ରାମବାସୀମାନେ ନିଜ ଉଦ୍ୟମରେ କେନାଲରୁ ମାଟି ହଟାଇ ଜମିକୁ ପାଣି ଆସିବା ପାଇଁ ମରାମତି କରିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂଆରେ ନିର୍ବାଚନ କରାଯିବା ସହ ପୁରୁଣା କର୍ମକର୍ତ୍ତାଙ୍କୁ ଏଥିରେ ସ୍ଥାନ ନ ଦେବାକୁ ଏମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jpr-paniponchayat-1.jpg)
