ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ତାପଙ୍ଗ ଠାରେ ଆଜି ଫେଡରେସନ୍ ଅଫ୍ ଡେଲି ଟ୍ରେନ୍ ପାସେଂଜର ଆସୋସିଏସନ୍ ପକ୍ଷରୁ ଆଜି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ସଂକ୍ରମଣ ହ୍ରାସ ପାଇଥିବାରୁ ପାସେଂଜର ଟ୍ରେନ୍ ପୂର୍ବ ଭଳି ଚଳାଚଳ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

ଏନେଇ ସଂଘର ରାଜ୍ୟ ସଂଯୋଜକ ରାମଶଙ୍କର କହିଛନ୍ତି ଯେ ଅନେକ ଯାତ୍ରୀ ମାସିକ ୧୦୦ରୁ ୩୦୦ଟଙ୍କା ଟିକଟ କ୍ରୟ କରି ନିଜର କର୍ମକ୍ଷେତ୍ରକୁ ନିୟମିତ ଯିବାଆସିବା କରୁଥିଲେ । କରୋନା ସଂକ୍ରମଣ ହେତୁ ପାସେଂଜର ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଛି । ବର୍ତମାନ କରୋନା ନିୟନ୍ତ୍ରଣରେ ଅଛି, ଏଣୁ ସରକାର ଟ୍ରେନ୍ ଚଳାଚଳକୁ ସ୍ୱାଭାବିକ କରନ୍ତୁ । କାରଣ ତେଲ ଦର ବୃଦ୍ଧି ଯୋଗୁଁ ସାଧାରଣ କର୍ମଚାରୀଟିଏ ତେଲ ପକାଇ କିମ୍ବା ବସ୍ ଆଦିରେ ଦୈନିକ ଯିବା ଆସିବା କରିବା ସମ୍ଭବ ନୁହେଁ । ଯଦି ରେଳ ପ୍ରଶାସନ ସେମାନଙ୍କ ଦାବି ନମାନନ୍ତି ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନେ୍ଦାଳନକୁ ତୀବ୍ର କରାଯିବ ।

ସମ୍ବନ୍ଧିତ ଖବର