କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା

ନବରଙ୍ଗପୁର: କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ୨ ପୁଅ ଭିତରେ ପଶି ଭଙ୍ଗାରୁଜା କରିଥିବା ସୂଚନା  ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ସହର ର ହିର୍ଲି ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁରସ୍ଥିତ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ସଂଧ୍ୟା ସମୟରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ମୃତ୍ୟୁ ସଂକ୍ରାନ୍ତରେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ତାଙ୍କ ପୁଅ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଏ ମଧ୍ୟରେ ଶବକୁ ସ୍ବାସ୍ଥ୍ୟ କେନ୍ଦ୍ରରୁ ଅଣାଯାଇ ଶବ ବାହକ ଗାଡି ରେ ଭର୍ତ୍ତୀ କରାଯାଇଥିଲା। ଶବ ଗାଡି ଶ୍ମସାନକୁ ନେବା ପାଇଁ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ଖୋଲିବା ସମୟରେ ହଠାତ୍ ୨ ଜଣ  ଡିସିଏଚସି ଭିତରେ ପଶି ପ୍ରଥମେ ଶବ ବାହକ ଗାଡିର କାଚକୁ ଭାଙ୍ଗିଥିଲେ। ସାଙ୍ଗେ ସାଙ୍ଗେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ପଶି ଓପିଡିରେ ପଡିଥିବା ଚେୟାର, ଟେବୁଲ ଓ ଫାଇଲ ଗୁଡିକୁ ଏଣେ ତେଣ ଫପାଡିଦେଇଥିବା ଜଣାପଡିଛି। ତେବେ କେହି ହେଲେ ଆହତ ହୋଇନଥିବା ସୂଚନା ମିଳିଛି। ସେହି ସମୟରେ ନିୟୋଜିତ ସୁରକ୍ଷା କର୍ମୀ ଆସି ଏହି ୨ ଜଣଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର