ଜଗତସିଂହପୁର: ବିଜୁ ଜନତା ଦଳର ଜଗତସିଂହପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ରବିବାର ରାତି ପ୍ରବଳ ଉତ୍ତେଜନା ଦେଖାଯାଇଛି। ପ୍ରାୟ ୧୦ ଜଣ ଯୁବକ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସେହିପରି ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ଘର ଆଗରେ ଅସନ୍ତୁଷ୍ଟ ନେତାମାନେ ପ୍ରଦର୍ଶନ କରିବା ସହିତ ହୋହାଲ୍ଲା କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି।

Advertisment

publive-image

ରିପୋର୍ଟ ଅନୁସାର ଜଗତସିଂହପୁର ବିଧାନସଭା ଆନସ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ମିଳିବା ପରେ ସ୍ଥାନୀୟ ନେତାମାନେ ଉତ୍ତେଜିତ ହୋଇ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। କାରଣ ଏହି ଆସନରୁ ଅମରେନ୍ଦ୍ର ଦାସ ଆଶାୟୀ ପ୍ରାର୍ଥୀ ଥିଲେ। ସ୍ଥାନୀୟ ନେତାମାନେ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ ରାଜରାସ୍ତାରେ ନିଆଁ ଜାଳିଛନ୍ତି।

publive-image

ସୂଚନାଯୋଗ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୯ଟି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ। ଏହି ତାଲିକାରେ ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ମିଳିଛି।