ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଏକ ପ୍ଲାଟୁନ ପୁଲିସ ମୁତୟନ

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଭଙ୍ଗାରୁଜା ହୋଇଛି। ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଲେ ବୋଲି ଓକିଲ ସଂଘର ସଦସ୍ୟମାନେ ବିରକ୍ତି ପ୍ରକାଶ କରି ଶୁକ୍ରବାର ଅପରାହ୍ଣରେ ଏହି କାମ କରିଛନ୍ତି। ଓକିଲମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ କୌଣସି ଏକ ମାମଲା ପାଇଁ ଓକିଲମାନେ ସଂଘବଦ୍ଧ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ମାତ୍ର ଜିଲ୍ଲାପାଳ ବିଳମ୍ବରେ ପହଞ୍ଚି ଥିଲେ। ଜିଲ୍ଲାପାଳ କାହିଁକି ବିଳମ୍ବରେ ଆସିବେ ବୋଲି ଓକିଲମାନେ କାରଣ ପଚାରିଥିଲେ। ଜିଲ୍ଲାପାଳ ଦୁର୍ବ୍ୟବହାର କରିଛନ୍ତି ବୋଲି ଓକିଲ ସଂଘ ଅଭିଯୋଗ କରିଛି।

ସୂଚନାଯୋଗ୍ୟ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି ଥିଲା। ମାତ୍ର ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଥିବାରୁ ଓକିଲମାନେ ଘେରାଉ କରିଥିଲେ। ଓକିଲମାନେ ଫୁଲକୁଣ୍ଡ ଓ ଅନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଥିବା ବେଳେ କର୍ମଚାରୀମାନଙ୍କୁ ବିଦା କରି ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପରସ୍ଥିତି ଉତ୍ତେଜନାପୂର୍ଣ୍ଣ ଅଛି। ପ୍ରାୟ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର