ବିଜେପି ଯୁବମୋର୍ଚ୍ଚାର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି 

ଭବାନୀପାଟଣା: ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫଦାରୀ ଦାବିରେ କଳାହାଣ୍ଡି ଏସ୍‌ପି ଅଫିସ୍‌ ସମ୍ମୁଖରେ କଳାହାଣ୍ଡି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟଦେବ ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ହଜାର ହଜାର କାର୍ଯ୍ୟକାର୍ତ୍ତ ଯୋଗ ଦେଇଥିଲେ। ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଥାଇ ମଧ୍ୟ କାର୍ଯ୍ୟକାର୍ତ୍ତମାନେ ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଥିଲେ। ଏହାପରେ ଏସ୍‌ପି ଅଫିସର ଗେଟ୍‌ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣା ଦେଇଥିଲେ।

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି। ବିକ୍ଷୋଭ ପ୍ରଦର୍ଶନରେ ବିଜେପି ରାଜ୍ୟ ଯୁବ ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଓମପ୍ରକାଶ ମିଶ୍ର, ରାଜ୍ୟ ସମ୍ପାଦକ ତଥା କଳାହାଣ୍ଡି ପ୍ରଭାରୀ ପ୍ରୀତେଶ ବହିଦାର, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ବଦ୍ରି ପଟ୍ଟନାୟକ, ଅଜୟ ପାଣିଗ୍ରାହୀ, ନଗର ସଭାପତି ସନ୍ତୋଷ ବିଶି, ଉପ ସଭାପତି ମହେନ୍ଦ୍ର ଛାତ୍ରୀୟା, ହିମାଂଶୁ ବିଶ୍ବାଳ, ରାଷ୍ଟ୍ରୀୟ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ହିମାଂଶୁ ପଣ୍ଡା, ରିଙ୍କୁ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବେନ୍ଦ୍ର ପଣ୍ଡା, ମନୋଜ ମେହେର, ମହିଳା ମୋର୍ଚ୍ଚା ଉପସଭାପତି ବିନୀତା ଦାଶ, ଚିତ୍ତରଞ୍ଜନ ପାତ୍ର, କିଷାନ ଶର୍ମା, ମାନସ ଜେନା, ଜିଲ୍ଲା ପୌରାଞ୍ଚଳ ସଂଯୋଜକ ମୁକେଶ ଅଗ୍ରୱାଲ, ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ଟି ସୁଜାତା, ହୀରା ଦାସ, ଦେବସ୍ମିତା ବାଣୁଆ, ମମତା ପଣ୍ଡା, ପୁନିତା ଗହୀର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର