ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ବିକ୍ଷୋଭ ଓ ଦାବିପତ୍ର

ଖୋର୍ଦ୍ଧା: ଆଜି ରାଜ୍ୟ ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘରର ଡାକରାରେ ଖୋର୍ଦ୍ଧା ଜିଲ୍ଳା ଶାଖା ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ବାହ୍ଣରେ ସଂଘର ଶତାଧିକ କର୍ମକର୍ତା ଓ ସଦସ୍ୟ ହାତରେ ପ୍ଲାକାର୍ଡ ଓ ବ୍ୟାନର ଆଦି ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସଂଘର କର୍ମକର୍ତାଙ୍କ ଅଭିଯୋଗ ଅନୁସାରେ, ଗତ ୧୫ ବର୍ଷ ଧରି ସେମାନେ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାମ କରିଆସୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଆଦିରେ ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି । କିନ୍ତୁ ରାଜ୍ୟ ସରକାର ଠିକା ଚାକିରି ପ୍ରଥା ଉଚ୍ଛେଦ କରିଥିଲେ ମଧ୍ୟ ସେମାନଙ୍କ ନିଯୁକ୍ତି ଅଦ୍ୟାବଧି ଏହି ବ୍ୟବସ୍ଥାରେ ଚାଲିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାମ କରୁଥିବା ୮୮୧୪ଜଣ ଆୟୁସ ଓ ଦନ୍ତ ଡାକ୍ତର, ଫିଜିଓଥେରାପିଷ୍ଟ, ସାଇକୋଲଜିଷ୍ଟ, ଫାର୍ମାସିଷ୍ଟ, ନର୍ସ, ଏଏନ୍ଏମ୍, ମାଇକ୍ରୋବାୟୋଲୋଜିଷ୍ଟ, ବିପିଏମ୍, ଭିବିଟିଏସ୍ ଆଦି ମ୍ୟାନେଜରିଆଲ କର୍ମୀଙ୍କୁ ନିୟମିତ ଚାକିରିରୁ ବଂଚିତ କରାଯାଇଛି । ଏହାର ପ୍ରତିବାଦରେ ୧୨ ତାରିଖ ଠାରୁ ସେମାନେ ହଳଦିଆ ବ୍ୟାଜ୍ ପିନ୍ଧ କାର୍ଯ୍ୟ କରୁଛନ୍ତି । ଯଦି ସରକାର ୨୧ ତାରିଖ ମଧ୍ୟରେ ସେମାନଙ୍କ ଦାବି ନଶୁଣନ୍ତି ତେବେ ସେମାନେ ସମୂହ ଗଣଧାରଣାରେ ବସିବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର