ବିଦ୍ୟୁତ ଶୁକ୍ଳ ବୃଦ୍ଧି ଓ ଘରୋଇକରଣକୁ ବିରୋଧ, ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କଣିହାଁ: ରାଜ୍ୟରେ ବିଦ୍ୟୁତ ଶୁକ୍ଳବୃଦ୍ଧି, କେନ୍ଦ୍ର ସରକାରଙ୍କ ସରକାରୀ ଉଦ୍ୟୋଗର ଘରୋଇକରଣ ଉଦ୍ୟମ, ଶ୍ରମିକ, କୃଷକ ଓ ଶ୍ରମିକ କର୍ମଚାରୀ ମାରଣନୀତି, କଳକାରାଖାନା ଓ ଖଣିରେ ବିସ୍ଥାପିତ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଅନୁଗୁଳ ଓ ତାଳଚେର ଅଂଚଳକୁ ପ୍ରଦ୍ୟୁଷଣମୁକ୍ତ କରିବା, ଜିଲ୍ଲାର ସବୁ ଅଞ୍ଚଳରେ ରାସ୍ତାଘାଟ ମରାମତି କରିବା ଓ ଅନ୍ୟାନ୍ୟ ଦାବିରେ ଆଜି କଣିହାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଥିଲା।

ଅନୁଗୁଳ ଜିଲ୍ଲା ଆଇଏନଟିୟୁସିଆଇ ସଭାପତି ଦିଗାମ୍ବର ଗଡନାୟକଙ୍କ ନେତୃତ୍ୱରେ କର୍ମୀମାନେ ଆଜି ସକାଳେ କଣିହାଁ ପ୍ରଜାମଣ୍ଡଳ ଭବନ ପରିସରେ ମିଳିତ ଭାବେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିଥିଲେ। ପରେ କଣିହାଁ ବଜାରଦେଇ କଣିହାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବ ସହ କେନ୍ଦ୍ର ଓ ରାଜ୍ୟସରକାର ଉପରେ ବର୍ଷି ଥିଲେଯ ଏବଂ ଉପରୋକ୍ତ ଦାବିଗୁଡିକ ଉପସ୍ଥାପନ କରି କଣିହାଁ ତହସିଲଦାର ପତିତପାବନ ଦେବତାଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ଏନଟିପିସି କଣିହାଁ ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ସତ୍ୟାନନ୍ଦ ସାହୁ, ସହ ସମ୍ପାଦକ ବିନୋଦ କୁମାର ସାହୁ, ନାଲକୋ ସ୍ମେଲଟର ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ନିର୍ମଳ ସାମଲ, ନାଲକୋ ସିପିପିର ଏମ୍ପ୍ଲଇଜ ୟୁନିୟନର ସାଧାରଣ ସମ୍ପାଦକ ପରେଶ ଜେନା, ଅନୁଗୁଳ ଛାତ୍ର କଂଗ୍ରେସର ସଭାପତି ବିଷ୍ଣୁ ରଥ, କଣିହାଁ କୋଇଲାଖଣି କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ଉପଦେଷ୍ଟା ତଥା ଆଇନଜୀବୀ ଦେବଦତ୍ତ ପ୍ରସାଦ ପ୍ରଧାନ, ତାଳଚେର ଥର୍ମାଲ ମେନ୍‌ସକଂଗ୍ରେସ ୟୁନିୟନର ଉପଦେଷ୍ଟା ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟନିର୍ବାହୀ ସଦସ୍ୟ ସୁରେଶ କୁମାର କୁଅଁର,ଏନଟିପିସି ଏମ୍ପ୍ଲଇଜ ପକ୍ଷରୁ ବିମଳ ପ୍ରଧାନ, ଶିବରାମ ଦାସ, ବୁଦ୍ଧଦେବ ସାହୁ, ଦିବାକର ସାହୁ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର