ଆବାସ ଯୋଜନାରେ ଚଞ୍ଚକତା: ଧାରଣାରେ ଶତାଧିକ ମହିଳା ଓ ପୁରୁଷ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକ ଅଧିନସ୍ଥ ପଦନିପାଳ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଆବାସ ଯୋଜନା ହିତାଧିକାରୀ ଚୟନରେ ଚଞ୍ଚକତା ଓ ଅନିୟମିତତା ଅଭିଯୋଗ କରି ଆଳି ବ୍ଲକ ଅଫିସରେ ଧାରଣାରେ ରହିଛନ୍ତି। ପଦନିପାଳ ପଞ୍ଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ମୋଟା ଅଙ୍କର ଅର୍ଥ ନେଇ ଗୋଟିଏ, ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ନାମ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରାଇଛନ୍ତି ବୋଲି ଧାରଣାରତ ଲୋକେ ଅଭିଯୋଗ ଆଣିଛନ୍ତି।

ଅପରପକ୍ଷରେ ପଞ୍ଚାୟତ ନୋଟିସ ବୋର୍ଡରେ ପୂର୍ବରୁ ପ୍ରଦର୍ଶନ କରାଯାଇଥିବା ଯୋଗ୍ୟ ହିତାଧିକାରୀମାନଙ୍କ ନାମ ତାଲିକାରୁ ଉଭାନ ହୋଇଯାଇଛି ବୋଲି ଅଭିଯୋଗକାରୀ କୈଳାସ ମଲିକ, ସରୋଜିନୀ ମଲିକ, ଅଞ୍ଜଳୀ ମଲିକ, ସୁମିତ୍ରା ମଲିକ, ନୀର ମଲିକ, ଶୁକଦେବ ରାଉତ, ତ୍ରିଲୋଚନ ମଲିକ, ରବୀନ୍ଦ୍ର ମଲିକ ପ୍ରମୁଖ ଏକ ଲିଖିତ ଅଭିଯୋଗ ଫର୍ଦ୍ଦରେ ଅଭିଯୋଗ ଉଠାଇଛନ୍ତି। ଆଳି ବିଡିଓ ଦିବ୍ୟେନ୍ଦୁ ଦାସ କୋଭିଡ-୧୯ ପରିଚାଳନାରେ ଅଫିସ ବାହାରେ ଥିବାରୁ ଅଭିଯୋଗକାରୀମାନେ ପୂର୍ବାହ୍ନ ୧୦ ଟାରୁ ଆଳି ବ୍ଲକ ଅଫିସ ପରିସରରେ ବସନ୍ତ ମହାନ୍ତିଙ୍କ ନେତୃତ୍ୱରେ ଧାରଣାରେ ବସିରହିଛନ୍ତି।

ସମ୍ବନ୍ଧିତ ଖବର