ଜମିର ପଟ୍ଟା ପ୍ରଦାନ ଦାବିରେ ଦଳିତ ଆଦିବାସୀଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ ତରଫରୁ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନଙ୍କ ଦାବିଗୁଡିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ତ ଆଦିବାସୀଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ କରାଯାଉ, ସମସ୍ତ କୃଷିଋଣ ଛାଡ଼ କରାଯାଉ, ବିପିଏଲ କାର୍ଡ ସମସ୍ତଙ୍କୁ ଦିଆଯାଉ ଏପରି ୧୨ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳିତ ଆଦିବାସୀ ମାନେ। ବଲାଙ୍ଗୀର ଅସହ୍ୟ ତାତିରେ ବିକ୍ଷୋଭ କରୁଥିବା ଦେଖି ବିକ୍ଷୋଭକାରୀଙ୍କୁ ଖରା ଦାଉରୁ ରକ୍ଷା ପାଇଁ ବଲାଙ୍ଗୀର ଟାଉନ ଥାନା ପୁଲିସ ତରଫରୁ ଥଣ୍ଡା ପାନୀୟ ଜଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର