ତେଲକୋଇ: କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ଡ୍ରାଇଭରମାନେ ବିରୋଧ କରିଛନ୍ତି। ସଡ଼କ ଦୁର୍ଘଟଣାରେ କାହାରି ମୃତ୍ୟୁ ହେଲେ ଚାଳକକୁ ୧୦ ବର୍ଷ ଜେଲ୍‌ ଓ ଜରିମାନା ଆଦାୟକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ଆଜି ତେଲକୋଇ ବ୍ଲକ୍‌ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସଭାପତି ଡିଲେଶ୍ବର ସାହୁଙ୍କ ନେତୃତ୍ବରେ ଶତାଧିକ ଡ୍ରାଇଭର ତେଲକୋଇ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ତଳେ ଏକାଠି ହୋଇ ବିକ୍ଷୋଭ କରିଥିଲେ। ତୁରନ୍ତ କେନ୍ଦ୍ର ସରକାର ଏହି କଳା ଆଇନକୁ ପ୍ରତ୍ୟାହାର କରିବାକୁ ଡ୍ରାଇଭର ମହାସଂଘ ଦାବି କରିଛି।

Advertisment