କେନ୍ଦୁଝର: ଘନ କୁହୁଡ଼ି ଯୋଗୁଁ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଟ୍ରକ୍‌ ଭିତରେ ୨ ଘଣ୍ଟା ଚାପି ହୋଇ ରହିଲେ ୨ ଡ୍ରାଇଭର

ତେଲକୋଇ: ଭୋର ଭୋରରୁ ଆରମ୍ଭ ହୋଇଯାଇଥିିଲା ଘନ କୁହୁଡ଼ି। କୁହୁଡ଼ି ଏତେ ଘନ ଥିଲା ଯେ ମୁହଁକୁ ମୁହଁ ଦେଖା ଯାଉ ନ ଥିଲା। ଗାଡ଼ିମୋଟର ଲାଇଟ୍‌ ଚଳାଇ ଯାଉଥିଲେ ମଧ୍ୟ ବେଶି ଦୂର ପର୍ଯ୍ୟନ୍ତ ଦୃଶ୍ୟ ହେଉ ନ ଥିଲା। ଏଭଳି ପରିସ୍ଥିତିରେ ପରସ୍ପରକୁ ଦେଖି ନ ପାରି ଆଜି ଭୋର ପ୍ରାୟ ୪ଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବିଛାଖଣିରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁର୍ଘଟଣା ଏତେ ଯୋରରେ ହୋଇଥିଲା ଯେ ଟ୍ରକ୍‌ ଦୁଇଟିର ଡ୍ରାଇଭର ଦ୍ୱୟ ସେମାନଙ୍କ ଟ୍ରକ୍‌ ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ତେଲେକୋଇ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ଘଟରାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଆହତଦ୍ୱୟଙ୍କୁ ଟ୍ରକ୍‌କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା। ତେବେ ତେଲକୋଇ ଦମକଳ ବାହିନୀ ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରି ଟ୍ରକ୍‌ ଦୁଇଟିକୁ ଅଲଗା କରିବା ପରେ ଓ ଗ୍ୟାସ କଟର ସହାଯ୍ୟରେ ଟ୍ରକର ଗେଟ୍‌ କାଟିବା ପରେ ଡ୍ରାଇଭର ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଡ୍ରେଇଭର ଦୁଇଜଣଙ୍କୁ ପାଲଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର