ରାଉରକେଲା: ପ୍ରତିବର୍ଷ ପରି ଏବେଠୁ ସହରବାସୀଙ୍କୁ ଡରାଇଲାଣି ଡେଙ୍ଗୁ। କେବଳ ୯ ଜୁନ୍‌ରୁ ୨୫ ଜୁଲାଇ ମଧ୍ୟରେ ଚିହ୍ନଟ ହେଲେଣି ୫ ଡେଙ୍ଗୁ ରୋଗୀ। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳରେ ୧ ଜୁନ୍‌ରୁ ୨୫ ଜୁଲାଇ ମଧ୍ୟରେ ମୋଟ ୨୩୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ ଡେଙ୍ଗୁ ରୋଗୀ। ଗତ ବର୍ଷକ ମଧ୍ୟରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ମୋଟ ୧୦୨୧ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ୧୪୭ ରୋଗୀଙ୍କର ଡେଙ୍ଗୁ ପଜିଟିଭ୍‌ ଓ ୮୭୪ ନେଭେଟିଭ୍‌ ରିପୋର୍ଟ ଆସିଥିଲା। ଗତ ୨୦୨୨ ଡିସେମ୍ବର ୩୧ରେ ୧୮ ରକ୍ତ ନମୁନା ପରୀକ୍ଷାରୁ ୧୨ ଡେଙ୍ଗୁ ଚିହ୍ନଟ ହୋଇଥିଲେ। କେବଳ ଅକ୍ଟୋବରରେ ୫୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।

Advertisment

ଏଥିମଧ୍ୟରୁ ୨୦୨୨ ଅକ୍ଟୋବର ୩୧ରେ ୩୪ ରକ୍ତ ନମୁନାରୁ ୧୩, ୧୮ରେ ୩୮ରୁ ୧୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଚିହ୍ନଟ ରୋଗୀମାନେ ମାଲଗୋଦାମ, ସେକ୍ଟର-୨୧ ନୟାବଜାର, ରେଳବାଇ କଲୋନି, ଟିମ୍ବରକଲୋନି, ଉଦିତନଗର, ମଧୁସୂଦନପାଲି ଓ ରେଳବାଇ କଲୋନି ଆଦି ଅଞ୍ଚଳର। ମାଲଗୋଦାମ ଜନବସତି ଅଞ୍ଚଳରେ ଖଟାଲ୍‌, ଘୁଷୁରି ଫାର୍ମ ଯୋଗୁ ପରିମଳ ବ୍ୟବସ୍ଥା ଚିହ୍ନଟ ୧୧ ଡେଙ୍ଗୁ ରୋଗୀ ମଧ୍ୟରୁ କିଛି ସରକାରୀ ଡାକ୍ତରଖାନା ଓ ଅନ୍ୟମାନେ ରାଉରକେଲା, କଟକ ଓ ଭୁବନେଶ୍ବରର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବସ୍ତି ଓ କଲୋନିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରୁ ଦିନକୁ ଦିନ ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଡେଙ୍ଗୁ ରୋଗୀ ସହରବାସୀଙ୍କ ଚିନ୍ତା ବଢ଼ାଇଥିଲାବେଳେ ରାଉର‌କେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମିତି କୌଣସି ପଦକ୍ଷେପ ନିଆଯାଇ ନାହିଁ। ରେଳବାଇ କଲୋନି, ଇସ୍ପାତ ସହରାଞ୍ଚଳରୁ ସର୍ବାଧିକ ଡେଙ୍ଗୁ ରେଗୀ ଚିହ୍ନଟ ହୋଇଥିଲେ।

publive-image

ସେପଟେ ଡେଙ୍ଗୁ ରୋଗୀ ଚିହ୍ନଟ ‌ହେବା ପରେ ମଧ୍ୟ ଆର୍‌ଏମ୍‌ସି ପରିମଳ ବିଭାଗ ପକ୍ଷରୁ କଲୋନି ଓ ବସ୍ତିରେ ମଶା ଧୂଆଁ ଛଡ଼ା ଯାଉନଥିବା କଲୋନିବାସୀ ଅଭିଯୋଗ କରିଛନ୍ତି। ବାସନ୍ତୀ କଲୋନି, ଛେଣ୍ଡ କଲୋନି, ସିଭିଲଟାଉନସିପ୍‌ ସମେତ ସହର ପ୍ରମୁଖ ବଜାରରେ ମଶା ଧୂଆଁ ଛଡ଼ା ଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ଡ୍ରେନ୍‌, ନାଳିରେ କେମିକାଲ ସିଞ୍ଚନ ହେଉନି। ସହରର ପ୍ରମୁଖ ଡ୍ରେନ୍‌ ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍‌ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡିଥିବାରୁ କେବଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉ ନାହିଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି। ଗତବର୍ଷ ଡେଙ୍ଗୁ ଅଣାୟତ ହେବାରୁ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇଜଣିଆ କୀଟତତ୍ବବିତ୍ ରାଉରକେଲା ଆସିଥିଲେ। ତେବେ ଡେଙ୍ଗୁ ପ୍ରବଣ ରାଉରକେଲା ପ୍ରତି ଏବେଠୁ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଠୋସ୍‌ ପଦକ୍ଷେପ ନ ନେଲେ, ଆସନ୍ତା ଦିନରେ ସ୍ଥିତି ଭୟାବହ ନ ହେବ, ଏଥିରେ ଦ୍ବିମତ ନାହିଁ।