ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ସମ୍ବରଖାଇ ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଏଲ୍ପିଜି ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଦେବଗଡ଼ ପଟୁ ବାରକୋଟ ଅଭିମୁଖେ ଯାଉଥିବା ଏଲ୍ପିଜି ବୋଝେଇ ଟ୍ରକ(ଓଆର-୧୧ଡି-୩୧୬୬) ସମ୍ବରଖାଇ ଗ୍ରାମ ନିକଟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଟ୍ରକ୍କୁ ରାସ୍ତା ଛାଡ଼ୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଚାଲୁଥିବାବେଳେ ରାସ୍ତାର ମାଟି ଦବିଯିବାରୁ ଏପରି ଘଟଣା ଘଟିଲା ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ ଦୁର୍ଘଟଣା ପରେ ଉକ୍ତ ଗାଡ଼ିର ଚାଳକ ଏବଂ ହେଲପର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଓଲଟି ପଡ଼ିଲା ଏଲ୍ପିଜି ବୋଝେଇ ଟ୍ରକ୍
/sambad/media/post_attachments/wp-content/uploads/2019/07/deba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)