ତରଭା: ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଜଣ ଯୁବକଙ୍କୁ ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ଗିରଫ କରିଥିବା ସେମାନଙ୍କଠାରୁ ୧୦ କେଜି ଗଞ୍ଜେଇ ଓ ଏକ ବାଇକ୍ ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୁଚ୍ଛପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଗାଁର ଲଖପତି କହଁର (୨୦) ଓ ସତ୍ୟ ମଲ୍ଲିକ (୧୯) ଏକ ବାଇକ୍ (ଓଡି୨୭-୩୧୫୬) ଯୋଗେ ବ୍ରାହ୍ମଣୀ ଫେରି ଘାଟ ଦେଇ ତରଭାକୁ ଆସୁଥିବା ଖବର ପାଇ ଆଇଆଇସି ସୁରୁବାବୁ ଛତ୍ରିଆଙ୍କ ନିର୍ଦେଶକ୍ରମେ ପୁଲିସ ଟିମ୍ ଝାରତରଭା ରାସ୍ତା ଗର୍ଜା ଛକରେ ଜଗି ରହିଥିଲେ।
ଅପରାହ୍ନ ୨ଟା ୪୫ ମିନିଟ ସମୟରେ ଏହି ଯୁବକମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ କାବୁ କରାଯାଇଥିଲା। ଯାଞ୍ଚ ବେଳେ ସେମାନଙ୍କଠାରୁ ୧୦ କେଜି ଗଞ୍ଜେଇ ବାହାରି ଥିଲା। ସବ୍ଇନିସପେକ୍ଟର ରବୀନ୍ଦ୍ର ସାହୁ, ଏଏସ୍ଆଇ ଶ୍ରୀକୃଷ୍ଣ ସେଠ, ଚିତ୍ତରଞ୍ଜନ ମହାନନ୍ଦିଆ, ଶିବ ପ୍ରସାଦ ବୁଡେକ, ତରୁଣ ପଣ୍ଡା, ବିଜୟ ସାହୁ, ଲିଙ୍ଗ ପ୍ରଧାନ, ସୁରେଶ ସରଭଙ୍ଗ ଏହି ଚଢ଼ଉରେ ସାମିଲ ଥିଲେ। ଏନେଇ ଥାନା କେସ୍ ନଂ ୪/୧୮ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ୍ ମାମଲର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/detain-2.jpg)