ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ ଚର୍ଚ୍ଚପଡ଼ାର ଜଣେ ବ୍ୟକ୍ତି ଏମସିଏଲରେ ଚାକିରି କରାଇ ଦେବା ନଁାରେ ତାଙ୍କ ଝିଅଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରଦୀପଚନ୍ଦ୍ର ଭୋଇ ବେଲପାହାଡ଼ ଥାନରେ ଏନେଇ ଏତଲା ଦେଇଥିବା ଜଣାପଡ଼ିଛି। ତାଙ୍କ ଝିଅ କିରଣ ଭୋଇଙ୍କୁ ଏମସିଏଲରେ ଚାକିରି କରାଇ ଦେବା ଦୁଇ ଜଣ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ବ୍ରଜରାଜନଗର ବାହାଦୁରପଡ଼ାର ପ୍ରଶାନ୍ତ ଦାସ (୪୮) ଏବଂ ରାମରକ୍ଷା ପଡ଼ା ଜଗନ୍ନାଥ ରୋହିଦାସ (୪୫) ନଁାରେ ବେଲପାହାଡ଼ ପୁଲିସ୍ ଏକ ଠକେଇ ମାମଲା ରୁଜୁ କରିଛି। ପୁଲିସ୍ ପ୍ରାଥମିକ ତଦନ୍ତ ଭିତ୍ତିରେ କେସ ନଂ ୮.୨୨/୧୯ରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ଚାକିରି ନାଁରେ ୧୧ ଲକ୍ଷ ଠକେଇ
/sambad/media/post_attachments/wp-content/uploads/2019/01/smart-ways-to-spend-1K-3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)