ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ପଜିଟିଭଙ୍କ ସଂଖ୍ୟା | ଆଜି ଚିହ୍ନଟ ହୋଇଥିବା ତିନି ନୂଆ ପଜିଟିଭଙ୍କ ବାବଦରେ ତଥ୍ୟ ଆସିଛି | ଏହି ତିନିଜଣ ପଜିଟିଭ ମଧ୍ୟ କୋଲକାତା ଫେରନ୍ତା ବୋଲି ଜଣାପଡିଛି | ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ଯୁବତୀ ଥିବାର ଜଣାପଡିଛି | ତିନି ଜଣ ପଜିଟିଭ ଝାରସୁଗୁଡା ,ଦେବଗଡ ଓ କେନ୍ଦୁଝରର ବୋଲି ଜଣାପଡିଛି | କେନ୍ଦୁଝରରୁ ପାଞ୍ଚପଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଜଣେ ପୁରୁଷ ବୋଲି ଜଣାପଡିଛି |
2nd Health Update, 29 April, 2020
Three New Positive Cases
60 yrs Male, Keonjhar, Panchapalli
34 yrs Male, Deogarh, Basudevpur
18 yrs Female, Jharsuguda, Brajrajnagar
(All West Bengal Returnees. All asymptomatic. All were under quarantine)
Total Positive Case: 122
— I & PR Department, Odisha (@IPR_Odisha) April 29, 2020
ସେହିପରି ଦେବଗଡ଼ର ଵାସୁଦେବପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପୁରୁଷ ହୋଇଥିବାବେଳେ ତାଙ୍କ ବୟସ ୩୪ ବର୍ଷ ହୋଇଥିବାବେଳେ ଝାରସୁଗୁଡା ବ୍ରଜରାଜନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ ୧୮ ବର୍ଷୀୟ ଯୁବତୀ ବୋଲି ଜଣାପଡିଛି | ତେବେ ଏହି ତିନିଜଣ କ୍ଵାରାଣ୍ଟିନରେ ଥିବାବେଳେ କାହା ପାଖରେ ଲକ୍ଷଣ ନଥିଲା |
ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହି ତିନି ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଂଚିଥିବାବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି |