ଗୋରୁ କ୍ରେତାଙ୍କଠାରୁ ଟଙ୍କା ଲୁଟ୍‌ ଓ ଗାଡ଼ି ଭଙ୍ଗାରୁଜା ଅଭିଯୋଗରେ ୬ ଗିରଫ

ଡୁଙ୍ଗୁରିପାଲି: ବୁଧବାର ବିଳମ୍ବ ରାତିରେ କେତେକ ଯୁବକ ସ୍ଥାନୀୟ ରେଲେଓ୍ଵ ଫାଟକ ନିକଟରେ ୩ଟି ମିନି ଟ୍ରକରେ ଯାଉଥିବା ୩୬ଟି ଗୋରୁଙ୍କୁ ଓହ୍ଲାଇ ଦେଇ ମିନି ଟ୍ରକ ଗୁଡ଼ିକୁ ଭଙ୍ଗାରୁଜା କରିବା ଏବଂ ଟଙ୍କା ଲୁଟି ନେବା ଅଭିଯୋଗରେ ଡୁଙ୍ଗୁରିପାଲି ପୁଲିସ ୬ଜଣ ଯୁବକଙ୍କୁ ଗିରଫ କରିଛି। ଗୁରୁବାର ସେମାନଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ଆଇଆଇସି ଅମରେନ୍ଦ୍ର ଷାଣ୍ଢ କହିଛନ୍ତି। ଏତଲାକୁ ଭିତ୍ତି କରି ପୁଲିସ ଉକ୍ତ ଘଟଣାରେ ପ୍ରମୋଦ ଗୋଚ୍ଛାୟତ, ଶ୍ରୀକାନ୍ତ ବିଶ୍ୱାଳ, ଭୋଜରାଜ ବାରିକ, ଶ୍ରୀନିବାସ ଚୌଧୁରୀ, ମୁକୁନ୍ଦ ବାରିକ ଓ ଓ୍ଵାଇ ଭେଙ୍କଟଶ୍ୱର ରାଓ(ଦୋରା)ଙ୍କୁ ଗିରଫ କରିଥିବା ବେଳେ ଆଉ କେତେକ ଫେରାର ମାରିଥିବା ଯୋଗୁଁ ଗିରଫ ହୋଇ ପାରି ନଥିବା ପୁଲିସ ଠାରୁ ପ୍ରକାଶ। ଉକ୍ତ ଘଟଣାରେ ଡୁଙ୍ଗୁରିପାଲି ବିଜେପି ମଣ୍ଡଳ ସଭାପତି ହେମନ୍ତ ବିଶ୍ୱାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଡୁଙ୍ଗୁରିପାଲି ଅଞ୍ଚଳରେ ବହୁ ଦିନରୁ ଗୋରୁ ଚାଲାଣ ହୋଇ ଆସୁଛି।

ସମ୍ବନ୍ଧିତ ଖବର