ଦେବଗଡ଼: ଆଗରୁ ବୃଦ୍ଧା ଚାଉଳ ପାଉଥିଲେ , କିନ୍ତୁ ଆଧାରରେ ତ୍ରୁଟି ଯୋଗଁୁ ୨ମାସ ହେଲା ଆଉ ମିଳୁନି ଚାଉଳ । ଏହାପରେ ବି ଭତ୍ତା ଯୋଜନାରୁ ମଧ୍ୟ ତାରାମଣି ବେଗ(୭୫) ବଂଚିତ । ଚାଉଳ କଟିଯିବା ପରେ ପଂଚାୟତ କାର୍ଯ୍ୟାଳୟରେ ସେ ଅଭିଯୋଗ କରିବା ପରେ ବି ପଂଚାୟତ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହଁି । ଅନ୍ୟପଟେ ନା ମିଳୁଛି ଭତ୍ତା ନା ଚାଉଳ । ପୁଅ ଓ ବୋହୁ ଚାଲିଗଲା ପରେ ଏବ‌େ ୧୩ ବର୍ଷୀୟ ନାତି ଅଜିତର ବୋଝ ତାଙ୍କ ମୁଣ୍ଡ ଉପରେ । ଏପେଟ ଅଣ୍ଟା ନଇଁ ପଡିଥିବା ବେଳେ ତା ସହିତ ସ୍ବାସ୍ଥ୍ୟବସ୍ଥା ଭଲ ରହୁନଥିବାବେଳେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଦା କରିବା ପାଇଁ ବୃଦ୍ଧା ଅସମର୍ଥ । ଅନ୍ୟପଟେ ନାତି ପାଉଥିବା ଚା‌ଉଳ ଭରଷାରେ ବୃଦ୍ଧା । ସେମାନେ ରହୁଥିବା ଘରର ଅବସ୍ଥା ନ କହିବା ଭଲ । ଭଙ୍ଗା ଦଦରା ଘରେ ବିତୁଛି ସେମାନଙ୍କର ଜୀବନ । କେଉଁ ଦିନ ରୋଷେଇ କରି ଖାଉଛନ୍ତି ତ ଆଉ କେଉଁ ଦିନ ରୋଷେଇ କରି ନପାରି ଉପାସରେ ମଧ୍ୟ ଉଭୟଙ୍କୁ ରହିବାକୁ ପଡେ । ବାପା ଓ ମା ମରିଯିବା ପରେ ନାବାଳକ ଅଜିତଙ୍କ ପାଠ ପଢା ଉପରେ ଡୋରି ବାନ୍ଧି ହୋଇଯାଇଛି । ନା ଅଜିତ କେବ‌େ ପାଠ ପଢିଛି ନା ଅନ୍ୟ ପିଲାମାନଙ୍କ ପରି ସ୍କୁଲ ଯାଇପାରୁଛି । କେବଳ ସେତିିକ ନୁହେଁ ଶିକ୍ଷା ବିଭାଗ ପକ୍ଷରୁ ‘ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ’ସ୍ଲୋଗାନ ‌ଦିଆଯାଉଥିବ‌ାବେଳେ ଶିକ୍ଷା ବ୍ୟବସ୍ଥା ଥିବାବେଳେ ନାବାଳାକ ସ୍କୁଲ ପାଠପଢିବା ପାଇଁ ସୁଯୋଗ ପାଇପାରିଲେ ନାହଁ । ନାତି ଓ ବୃଦ୍ଧା ଆଈ ଏଭଳି ଅବସ୍ଥାରେ ଉଭୟଙ୍କ ମୁହଁକୁ ଚାହିଁ ଦିନ କାଟୁଛନ୍ତି । ଏଭଳି ଏକ ହୃଦୟବିଦାରକ ଦାରିଦ୍ର୍ୟର କୋଶନ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ ଅନ୍ତର୍ଗତ ଟାଇଁସର ପଂଚାୟତର ତ୍ରିନାଥପୁର(ଧ୍ବଜା) ଗ୍ରାମରେ ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ତ୍ରିନାଥପୁର(ଧ୍ବଜା) ଗ୍ରାମରେ ତାରାମଣି ବେଗ(୭୫) ନିଜ ପୁଅ ଓ ବୋହୁଙ୍କ ସହିତ ରହୁଥିଲେ । ତେବେ ପ୍ରଥମେ ତାଙ୍କର ପୁଅର ମୃତ୍ୟୁ ଘଟିଥିବାବେଳେ ତାର କିଛି ବର୍ଷ ପରେ ବୋହୁର ମଧ୍ୟ ମୃତ୍ୟୁ ଘଟିଛି । ବୃଦ୍ଧା ତାରାମଣିଙ୍କ ପାଖରେ ନାବାଳକ ଅଜିତକୁ ଛାଡି ଆଖି ବୁଜିଦେଇଥିଲେ ବାପା ଓ ମା । ବର୍ତ୍ତମାନ ତାରାମଣିଙ୍କ ଆଧାର କାର୍ଡରେ ତ୍ରୁଟି ଯୋଗଁୁ ୨ ମାସ ହେଲା ତାଙ୍କର ଚାଉଳ ଆଉ ସେ ପାଉନାହଁାନ୍ତି । ଏହାସହିତ ସେ ଭତ୍ତା ମଧ୍ୟ ପାଉନାହଁାନ୍ତି । ବାର୍ଦ୍ଧକ୍ୟ ହେତୁ ସ୍ବାସ୍ଥ୍ୟବସ୍ଥା ଭଲ ରହୁନଥିବାବେଳେ ଅଣ୍ଟା ନଇଁ ପଡିଥିବାବେଳେ ତାଙ୍କର ଉପରେ ନାତିର ବୋଝ । ଏପେଟ ନାତି ଚାଉଳ ପାଉଥିବାବେଳେ ନାବାଳକ ଅଜିତ ଗ୍ରାମକୁ ସଂଯୋଗକରୁଥିବା ପାହାଡୀ ରାସ୍ତା ଅତିକ୍ରମ କରି ତାଙ୍କର ପଂଚାୟତକୁ ଆସି ଚାଉଳ ନେଇଛି । ଅଜିତ ପାଉଥିବା ଚାଉଳରେ ଆଈ ଓ ନାତି ରୋଷେଇ କରି ଖାଉଛନ୍ତି । କିନ୍ତୁ ସବୁ ଦିନ ନୁହଁ କେଉଁ ଦିନ ରୋଷେଇ କରି ଖାଉଛନ୍ତି ତ ଆଉ କେଉଁ ଦିନ ରୋଷେଇ କରି ନପାରି ଉପାସରେ ମଧ୍ୟ ଉଭୟଙ୍କୁ ରହିବାକୁ ପଡେ । ସେମାନେ ରହୁଥିବା ଘରର ଅବସ୍ଥା ଭଲ ନଥିବାବେଳେ ତାହା ବି କେତେବେଳେ ଭାଙ୍ଗି ଯିବ ତାହା ବି କହି ହେବ ନାହଁି । ପାଠପଢିବା ବୟସରେ ଅଜିତ ଅନ୍ୟ ପିଲାଙ୍କ ପରି ସ୍କୁଲ ପାଠପଢିବାର ସୁଯୋଗ ମଧ୍ୟ ପାଇପାରିନାହିଁ । ସତେ ଯେମିତି ବାପା ଓ ମା ମରିଯିବା ପରେ ନାବାଳକ ଅଜିତଙ୍କ ପାଠ ପଢା ଉପରେ ଡୋରି ବାନ୍ଧି ହୋଇଯାଇଛି । ତେବେ ଏଭଳି ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଆଈ ଓ ନାତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ତିଲେଇବଣି ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କୁ ଯୋଗାଯୋଗ କରିବାରୁ ସେ ଗ୍ରାମକୁ ଯାଇ ତଦନ୍ତ କରିବା ସହିତ ସରକାରୀ ନିର୍ଦ୍ଦେଶନାମା ଅନୁଯା‌ୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।