ଦେବଗଡ଼: ବାରକୋଟ ବ୍ଲକ ଡଅଁରା ହାଇସ୍କୁଲ ପଡିଆ ଶନିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ସେମାନଙ୍କୁ କାର୍ଯ୍ୟକ୍ରମ ସଂପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବ୍ଲକର ସମିତି ସଭ୍ୟ ଓ ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦନ ଅପେକ୍ଷାରେ ଥିବା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ସଂପର୍କରେ ମଧ୍ୟ ସେମାନଙ୍କୁ ବ୍ଲକ ପ୍ରଶାସନ କୌଣସି ସୂଚନା ପ୍ରଦାନ କରି ନଥିବା ସେମାନେ ଅଭିଯୋଗରେ କରି ବ୍ଲକ ପ୍ରଶାସନର ମନୋମୁଖୀକୁ ସେମାନେ ତୀବ୍ର ସମାଲୋଚନା କରିଛନ୍ତି। ଶୁକ୍ରବାର ସରପଞ୍ଚ ସଂଘର ସଂପାଦକ ବିରଞ୍ଚି ବେହେରା, ସମିତି ସଭ୍ୟ ସଂଘ ସଭାପତି ସମ୍ବିତ ସାହୁଙ୍କ ନେତୃତ୍ବରେ ସରପଞ୍ଚ ଓ ସମିତି ସଭ୍ୟମାନେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଅଭିଯୋଗ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।
‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପ୍ରକଳ୍ପ ସଂପର୍କରେ ଅବଗତ ନଥିବା ଅଭିଯୋଗ ଆଣିଲେ ସରପଂଚ ଓ ସମିତି ସଭ୍ୟ
/sambad/media/post_attachments/wp-content/uploads/2019/01/business-cartoon-of-meeting-and-leader-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)