ରିଆମାଳ: ଲଗାଣ ବର୍ଷାରେ ରିଆମାଳ ବ୍ଲକ୍ ନାଉଲିପଡ଼ା ପଞ୍ଚାୟତ ଭିତରପଦ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ପାର୍ଶ୍ବରେ ଥିବା ଏକ ପୁରୁଣା ବରଗଛ ବୁଧବାର ରାତି ପ୍ରାୟ ୧୨ଟାରେ ଉପୁଡି ପଡ଼ିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୧୬ ଘଣ୍ଟା ଧରି ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ରାତିରେ ଯାଉଥିବା ସମସ୍ତ ଗାଡ଼ି ଅଟକି ରହିଥିଲା। କିଛି ବସ୍ ରାସ୍ତା ବଦଳାଇ ଅନ୍ୟ ରାସ୍ତାରେ ଯାଇଥିଲେ। ଦିନବେଳା ମଧ୍ୟ ବସ୍ଗୁଡ଼ିକ ରାସ୍ତା ବଦଳାଇ ଯାଇଥିଲେ। ବନ ବିଭାଗକୁ ସୂଚନା ଦେବାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛ କାଟି ରାସ୍ତା ଅବରୋଧ ହଟାଯାଇଥିଲା।
ବରଗଛ ପଡ଼ି ଜାତୀୟ ରାଜପଥ ୫୩ ଅବରୋଧ
/sambad/media/post_attachments/wp-content/uploads/2019/07/deba1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)