ଦେବଗଡ଼: ବାରକୋଟ ଥାନା ବସାଲଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏସବିଆଇ ଗ୍ରାହକ ସେବାକେନ୍ଦ୍ରର ପ୍ରତିନିଧି ଗ୍ରାହକଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି। ଦେବଗଡ଼ ପୁଲିସ ବୁଧବାର ରାତି ପ୍ରାୟ ସାଢେ ୯ଟାରେ ଉକ୍ତ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସେବାକେନ୍ଦ୍ର ଜରିଆରେ କେତେକ ଗ୍ରାହକ ଅରକ୍ଷିତ ସାମଲ, ଧୋବେଇଧର ସ୍ୱାଇଁ, ପୀତାମ୍ବର ସାମଲ, ଦୁହିତା ସ୍ୱାଇଁ, ଜିତୁ ସ୍ୱାଇଁ ଓ ଧୀର ସ୍ୱାଇଁ ପ୍ରମୁଖ ନିଜ ଆକାଉଣ୍ଟରୁ ଟଙ୍କା ଉଠାଣ ନିମନ୍ତେ ବୁଧବାର ମଧ୍ୟାହ୍ନରେ ଉକ୍ତ ଗ୍ରାହକ ସେବାକେନ୍ଦ୍ରରେ ପହଞ୍ଚିଥିଲେ। ସେବାକେନ୍ଦ୍ରର ପ୍ରତିନିଧି ବସାଲଇ ଗ୍ରାମର ବୀରେନ ସାମଲ ସେମାନଙ୍କୁ ଦେବଗଡ଼ ଏସବିଆଇ ମୁଖ୍ୟ ଶାଖାରୁ ଟଙ୍କା ଉଠାଇ ଆଣି ଦେବେ କହି ଅପେକ୍ଷା କରିବାକୁ କହିଥିଲେ। ପରେ ସେ ନଫେରିବାରୁ ଗ୍ରାହକ ଦେବଗଡ଼ ପୁଲିସକୁ ସୂଚନା ଦେଇଥିଲେ। ଦେବଗଡ଼ ଆଇଆଇସି ଆନନ୍ଦ ଡୁଂଡୁଂ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ବସାଲଇ ଏସ୍ବିଆଇ ସେବାକେନ୍ଦ୍ର ଗ୍ରାହକଙ୍କୁ ଠକେଇ ଅଭିଯୋଗ
/sambad/media/post_attachments/wp-content/uploads/2018/08/deba-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)