ବ୍ୟାଟେରି ଚୋର ଗିରଫ

ବାମରା: ଏକ ଟ୍ରାକ୍ଟର ବ୍ୟାଟେରି ଚୋରି କରିବା ଅଭିଯୋଗରେ ଗୋବିନ୍ଦପୁର ଥାନା ପୁଲିସ୍‌ ଭଗପଡ଼ା ଗାଁର ଏକଲବ୍ୟ ମହାନନ୍ଦିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍‌ ସୂଚନାନୁସାରେ ଭଗପଡ଼ା ଗାଁର ପ୍ରଫୁଲ୍ଲ ଲୁହାଙ୍କ ଟ୍ରାକ୍ଟର ବ୍ୟାଟେରି ଚୋରି ହୋଇଯାଇଥିଲା। ଏ ନେଇ ସେ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶୁକ୍ରବାର ଏକଲବ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର