ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା-ନାକଟିଦେଉଳ ରାସ୍ତାର ବୁଚାକଟେଇ ଛକଠାରେ ଗତକାଲି ବିଳିମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଛକରେ ଯାଉଥିବା ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ବାଇକଟି ଗଛରେ ପିଟି ହୋଇ ୩ ମିଟର ଆଗରେ ଛିଟିକି ହୋଇ ପଡ଼ିଛି ।
ସୂଚନା ଅନୁଯାୟୀ ଗତକାଲି ପାଖାପାଖି ରାତ୍ର ୧୧ଟାରେ କଂସର ଫାଣ୍ଡି ଅନ୍ତର୍ଗତ ମେଂଜାରୀବାହାଳ ଗ୍ରାମର ଜୟ ରଣା (୬୦) ଓ ପବନା ନାୟକ (୨୫) ଏକ ହିରୋ ସ୍ପେ୍ଲଣ୍ଡର୍ ପ୍ଲସ ବାଇକ (ଗାଡି ନଂ-ଓଡି-୨୩-୪୯୫୬) ଯୋଗେ କଖାରୁମାଳ ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ରିଆମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/4e61e0af-c00e-4cf5-89f3-c38857c7f292.jpg)