ରିଆମାଳ: ଗଛରେ ପିଟିହେଲା ବାଇକ, ୨ ମୃତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା-ନାକଟିଦେଉଳ ରାସ୍ତାର ବୁଚାକଟେଇ ଛକଠାରେ ଗତକାଲି ବିଳିମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଛକରେ ଯାଉଥିବା ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ବାଇକଟି ଗଛରେ ପିଟି ହୋଇ ୩ ମିଟର ଆଗରେ ଛିଟିକି ହୋଇ ପଡ଼ିଛି ।

ସୂଚନା ଅନୁଯାୟୀ ଗତକାଲି ପାଖାପାଖି ରାତ୍ର ୧୧ଟାରେ କଂସର ଫାଣ୍ଡି ଅନ୍ତର୍ଗତ ମେଂଜାରୀବାହାଳ ଗ୍ରାମର ଜୟ ରଣା (୬୦) ଓ ପବନା ନାୟକ (୨୫) ଏକ ହିରୋ ସ୍ପେ୍ଲଣ୍ଡର୍‌ ପ୍ଲସ ବାଇକ (ଗାଡି ନଂ-ଓଡି-୨୩-୪୯୫୬) ଯୋଗେ କଖାରୁମାଳ ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ରିଆମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର