ବିଏସଏନଏଲ ସେବା ବ୍ୟାହତ

ଦେବଗଡ: ଜିଲ୍ଲାରେ ବିଏସଏନଏଲ ସେବା ଗୁରୁବାର ସକାଳେ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା। କିଛି ସମୟ ପରେ ସେବା ସ୍ୱଭାବିକ ହୋଇଥିଲା । ମୋବାଇଲରେ ଫୁଲ ନେଟଓ୍ଵାର୍କ ଥିବା ବେଳେ କଲ୍‌ ଆସୁଥିଲା। ଏହା ଠିକ ଭାବେ ଶୁଭୁ ନଥିବା ସହ ବିଭିନ୍ନ ସମୟରେ କଲ୍‌ କଲେ ମଧ୍ୟ କଲ୍‌ ଯାଉନଥିବାରୁ ଏନେଇ ବିଏସଏନଏଲ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ିଏସଏନଏଲ ଇଣ୍ଟରନେଣ୍ଟ ସେବା ମଧ୍ୟ ବିଭିନ୍ନ ସମୟରେ ମନ୍ଥର ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ବିଏସଏନଏଲ ସେବା ବ୍ୟାହତ ହେଉଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର