ଥିମେଟ୍‌ ଖାଇ ଶିଶୁର ଜୀବନ ଗଲା

ଦେବଗଡ: ଦେବଗଡ଼ ଥାନା ବାରଗାଡିଆ ଗ୍ରାମରେ ଜଣେ ୧୦ ବର୍ଷର ବାଳକ କୀଟନାଶକ ଥିମେଟ ଖାଇ ପ୍ରାଣ ହରାଇଛି। ସୁଶୀଳ ଟପ୍ପୋ ଓ ତାଙ୍କ ସ୍ତ୍ରୀ ବ୍ୟସ୍ତ ଥିବା ସମୟରେ ତାଙ୍କ ପୁଅ ବିକାଶ କୌତୁହଳ ପୂର୍ବକ ଘରେ ଥିବା ବିଷାକ୍ତ କୀଟନାଶକ ଥିମେଟ ଖାଇ ଦେଇଥିଲା। ଏହା ଜାଣିବା ପରେ ତାକୁ ପରିବାର ଲୋକେ ଚିକିତ୍ସା ପାଇଁ ତିଲେଇବଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ଦେବଗଡ଼ ସଦର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ଆବଶ୍ୟକ ପରାମର୍ଶ ଏବଂ ଓଷଧ ଦେଇ ଘରକୁ ଫେରିଯିବା ପାଇଁ କହିଥିଲେ। ପରିବାର ବର୍ଗ ଘରକୁ ଯାଉଥିବା ସମୟରେ ବାଟରେ ବିକାଶ ପୁଣି ବାନ୍ତି କରି ଗୁରୁତର ଅସୁସ୍ଥ ହୋଇଥିଲା। ଦେବଗଡ଼ରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଦେବଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର