ଦେବଗଡ଼: ଦେବଗଡ଼ କିନ୍ନର ସଂଘର ସଭାପତି ଧର୍ମୁ ସାହୁ ନିଜର କିଛି କିନ୍ନର ସାଥୀଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି। ଥାନାରେ ହୋଇଥିବା ଏତଲା ଅନୁସାରେ ଦେବଗଡ ପୌରାଞ୍ଚଳର ଲିଟୁ କାରଗର ନାମକ ଜଣେ କିନ୍ନର ତାଙ୍କ ଅନ୍ୟ ୩ ଜଣ କିନ୍ନର ସାଥୀଙ୍କ ସହ ଗତ ସୋମବାର ରାତିରେ ବାହାଡାପଶି ଢାବା ନିକଟରେ ଥିବା ବେଳେ ଧର୍ମୁ ସାହୁ ସେଠାରେ ପହଞ୍ଚି ଲିଟୁ ଏବଂ ତାଙ୍କ ସାଥୀଙ୍କୁ ଟଙ୍କା ମାଗିଥିଲେ। ମାତ୍ର ସେମାନେ ଟଙ୍କା ଦେବାକୁ ମନା କରିବାରୁ ଧର୍ମୁ ସେମାନଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଲିଟୁ ଓ ତାଙ୍କ ସାଥୀମାନେ ଆଜି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
କିନ୍ନରଙ୍କୁ ମାଡ଼ ସହ ହତ୍ୟା ଧମକ ଅଭିଯୋଗ, ଥାନାରେ ଏତଲା
/sambad/media/post_attachments/wp-content/uploads/2019/07/city-police-station-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)