ଦେବଗଡ଼ : ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ। ଦେବଗଡ଼ ବିଧାୟକ ସୁବାଷ ଚଦ୍ର ପାଣିଗ୍ରାହୀଙ୍କ ବହିଷ୍କାର ଦାବିରେ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ବରେ ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ଯ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମରେ ସରକାରୀ କାର୍ଯ୍ୟ କରୁଥିବା ସମୟରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିବା ବି ଡି ଓ ଅଭିଯୋଗ ପରେ ବିଧାୟକ ସୁବାଷ ପାଣିଗ୍ରୀହୀଙ୍କୁ ଗିରଫ କରାଯାଇଥଲା। ଫଳରେ ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣା ପରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।
/sambad/media/post_attachments/wp-content/uploads/2022/05/58301a35-ab85-428f-b71f-96c188c669f2.jpg)
ଏଣେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ଼ ବନ୍ଦ ପାଳନ କରାଯାଉଛି। ବିଜେପି କର୍ମୀମାନେ ପିକେଟିଂ କରି ସହରର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରୁଛନ୍ତି। ଆଜି ଦେବଗଡ଼ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବନ୍ଦ ଡାକରା ନେଇ ସୂଚନା ନେଇ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗତକାଲି ସୂଚନା ଦେଇଥିଲେ। ବିଜେପି ପକ୍ଷରୁ ତିଲେଇବଣି ବିଡିଓଙ୍କ ଗିରଫ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/3a2e1f52-7bb9-4971-9c24-da1936ad76ff.jpg)