ହାତୀଛୁଆର ମୃତଦେହ ଉଦ୍ଧାର

ଦେବଗଡ଼: ଆଜି ଏକ ହାତୀଛୁଆର ମୃତଦେହ ବନବିଭାଗ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ରେଞ୍ଜ ଅନ୍ତର୍ଗତ ମୂଷାବିରା ଗ୍ରାମ ନିକଟସ୍ଥ କେନାଲରୁ ହାତୀ ଛୁଆର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ହାତୀଛୁଆର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର