ଦେବଗଡ଼: ଦେବଗଡ଼ କଲେଜ ଛାତ୍ର ସ˚ସଦର ଛାତ୍ରମାନେ କଲେଜ ପରିଚାଳନା କମିଟି ସଭାପତି, କଲେଜ ଅଧୢକ୍ଷା ଓ ଉଦ୍ଦିଦ ବିଜ୍ଞାନ ମୁଖ୍ୟ ଅଧୢାପକଙ୍କ ବହିଷ୍କାର ଦାବିରେ ଗୁରୁବାର ଆମରଣ ଅନଶନ ଆରମ୍ଭ ହୋଇଛି। ଛାତ୍ର ବିଜୟ ଦେହୁରୀ, ଟିକେଶ୍ବର ବିଶ୍ବାଳ, ପ୍ରଶାନ୍ତ ବେହେରା, ସୁମନ୍ତ ରଣା, ଅରବିନ୍ଦ ପ୍ରଧାନ, ଶ୍ରବଣ ପ୍ରଧାନ, ଜ୍ୟୋର୍ତିମୟ ପ୍ରଧାନ, ଅସିମ ପଟ୍ଟନାୟକ, ରୋହିତ ପ୍ରଧାନ, ବିଜୟ ରଣା ଅନଶନରେ ବସିଥିଲେ। ସେମାନଙ୍କୁ ନିକଟକୁ କଲେଜ କର୍ତ୍ତୁପକ୍ଷ ଆଲୋଚନା ପାଇଁ ଆସିନଥିବା ଜଣାପଡିଛି। ଦେବଗଡ କଲେଜ ଛାତ୍ରସ˚ସଦ ନିର୍ବାଚନକୁ ସୋମବାର ଅନିବାର୍ଯ୍ୟ କାରଣ ଯୋଗୁଁ ବାତିଲ କରାଯାଇଥିଲା।

Advertisment

ଉଦ୍ଦିଦ ବିଜ୍ଞାନ ବିଭାଗର ୨ଟି ଉପସ୍ଥାନ ଖାତା ଚୋରି ହୋଇଥିବା ବେଳେ ଷ୍ଟାଫ କାଉନସିଲର ଜରୁରିକାଳନୀନ ବୈଠକରେ ଚଳିତ ବର୍ଷ ଛାତ୍ରସ˚ସଦ ନିର୍ବାଚନକୁ ବାତିଲ କରିଥିଲେ। ଛାତ୍ରମାନେ କଲେଜ ଛାତ୍ର ସ˚ସଦ ନିର୍ବାଚନ କରିବା ପାଇଁ ଦାବି କରିବା ସହିତ ଏନେଇ କଲେଜ କର୍ତୃପକ୍ଷଙ୍କୁ କଲେଜ ଭିତରକୁ ପଶିବା ପାଇଁ ସୁଯୋଗ ମଧୢ ଦେଇନଥିଲେ। ଦେବଗଡ କଳେଜ ଅଧୢକ୍ଷା ଓ ପରିଚାଳନା କମିଟି ସଭାପତିଙ୍କ ବହିଷ୍କାର ଦାବି କରିଥିଲେ। କମିଟି ସଭାପତି ସୁଧୀର କପରଦାର, ଅଧୢକ୍ଷା ସନ୍ତୋଷିନୀ ଶତପଥୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ, କୌଣସି ସାମଧାନ ହୋଇପାରି ନଥିଲା। ଫଳରେ ଛାତ୍ର ସଂସଦ ନିର୍ବାଚନ ନେଇ କଲେଜରେ ଅସ୍ଥିରତା ଜାରି ରହିଛି।