ଦେବଗଡ଼: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ବେଶ କିଛି ଦିନ ତଳେ ତିଲେଇବଣୀ ବ୍ଲକ ଲଇମୁରା ସମେତ ଆଖପାଖ ଅ˚ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିଥିବା ବେଳେ ସେଥିପାଇଁ ବନ ବିଭାଗର ମୁଣ୍ତ ବ୍ୟଥାର କାରଣ ପାଲଟିଛି। ବାରକୋଟ ବ୍ଲକର କଣ୍ଟାପାଲି, ତାଳଖଳି, ପବିତ୍ରପୁର ଅ˚ଚଳରେ ଗତକାଲି ଗୁରୁବାର ରାତିରେ ହାତୀ ପଲ ପଶିଥିଲେ। ମୁଗ, ସୋରିଷ, କୋବି, ପିଆଜ, ନଡିଆ ଗଛ, ଆମ୍ବ, ଟମାଟୋ, ଆଳୁ ଇତ୍ୟାଦି ଫସଲ ନଷ୍ଟ କରିଥିଲେ। ପବିତ୍ରପୁର ଗ୍ରାମର ଶୁକ୍ରୁ ବେହେରା, ବିଷ୍ଣୁ ସାହୁ, ତାଳଖଳି ଗ୍ରାମର ଦେବାନନ୍ଦ ମାଝୀ, ଗୋବର୍ନ୍ଧନ ମାଝୀ, ଭ୍ରମର କିଷାନ, ଭଦ୍ର କିଷାନ, ତ୍ରିଲୋଚନ ମାଝୀ, କଣ୍ଟାପାଲି ଗ୍ରାମର ତ୍ରିଲୋଚନ ଶତପଥୀ, କୁବେର ଶତପଥୀ, ମଦନ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଦୀପ ପ୍ରଧାନ, ହରିହର ପ୍ରଧାନ, ଗିରିଜାଶଙ୍କର ପ୍ରଧାନ, ସୁଶୀଳା ଶବର, ର˚ଜନ ସ୍ବାଇଁ ଓ ଗୁଣ୍ତେଇମୋରା ଗ୍ରାମର ଧାନବିଡା ମଧୢ ନଷ୍ଟ ହୋଇଚି।କ୍ଷୟକ୍ଷତି ସ˚ପର୍କରେ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହେଉଛି। ବର୍ତ୍ତମାନ ହାତୀମାନେ ନିକଟସ୍ଥ ପ୍ରଧାନପାଟ ସ˚କ୍ଷରିତ ଜଙ୍ଗଲରେ ଥିବା ଜଣାପଡିଛି। ଏନେଇ ହାତୀମାନଙ୍କ ଗତିବିଧି ଉପରେ ବନବିଭାଗ ପକ୍ଷରୁ ତୀଷ୍ମ ନଜର ରଖାଯାଇଛି।
ଦେବଗଡ଼: ଥମୁନି ହାତୀ ଉପଦ୍ରବ:କଣ୍ଟାପାଲି ଅଞ୍ଚଳରେ ଦଳି ଦେଲେ ଫସଲ
/sambad/media/post_attachments/wp-content/uploads/2018/12/deba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)