ଦେବଗଡ଼: ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ପକ୍ଷରୁ ଆୟୋଜିତ ହେଉଥିବା ମଡେଲ୍ ତାଲିମ୍ ଶିବିର ପାଇଁ ଖିଲେଇ ଚକ୍ରଧରପୁର ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଛାଡ଼ି ନଥିଲେ କେନ୍ଦ୍ରର କର୍ମୀ କୁମତି ଅମାନ୍ତ। ତେବେ ଏହାକୁ ନେଇ ଏଚ୍ଏଚ୍ଜି କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ସେମାେନେ ଗତ ଫେବ୍ରୁଆରି ୨୮ ତାରିଖ ଦିନ ସଂପୃକ୍ତ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେବଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି କରିଥିଲେ। ଉକ୍ତ ଦିନରୁ ସଂପୃକ୍ତ କେନ୍ଦ୍ରକୁ କେବଳ ଜଣେ ଛୁଆକୁ ଛାଡ଼ି ଯାଉ ନଥିବା ଜଣାପଡ଼ିଛି। ତେବେ କୌଣସି ପଦକ୍ଷେପ ନିଆ ନ ଯିବାରୁ ପୁଣି ଥରେ ଶୁକ୍ରବାର ଏସ୍ଏଚ୍ଜି କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଆସନ୍ତା ୩ ଦିନ ଭିତରେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ସେମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲ ପକାଇବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।
ସୂଚନାନୁସାରେ ଗତ ଫେବ୍ରୁଆରି ୨୮ ତରିଖ ଦିନ ଓ୍ଵାର୍ଡ ସଭ୍ୟା ରଞ୍ଜିତା ନାୟକ, ସମ୍ବାରୀ ନାୟକ, ସେବତୀ ଉଦାବର, ଅହଲ୍ୟା ଉଦାବର ଓ ମଞ୍ଜୁ ନାୟକଙ୍କ ନେତୃତ୍ୱରେ ଏକାଧିକ ଏସ୍ଏଚ୍ଜି କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦାଙ୍କୁ ଦାବିପତ୍ର ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ୨୪ ତାରିଖରୁ ମହିଳା ସଂଘ ପକ୍ଷରୁ ଏସ୍ଏଚ୍ଜିଗୁଡ଼ିକ ପାଇଁ ସଂପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ମଡେଲ ତାଲିମ ଶିବିର ଆୟୋଜନ କରାଯାଇଥିଲା। ତେବେ ୨୭ ତାରିଖରୁ ଅଙ୍ଗନବାଡ଼ି କର୍ମୀ କୁମତି ଅମାନ୍ତ ଶିବିର ଆୟୋଜନ ପାଇଁ ସେମାନଙ୍କୁ କେନ୍ଦ୍ରର ଚାବି ଦେଇନଥିଲେ। ଏପରିକି ତାଲିମ ନିମନ୍ତେ ଅଙ୍ଗନଓ୍ଵାଡି କେନ୍ଦ୍ର ମଧ୍ୟରେ ଥିବା ଉପକରଣଗୁଡ଼ିକୁ ବି ବାହାର କରିବାକୁ ମନା କରିଥିଲେ। ଫଳରେ ବିବାଦ ଦେଖା ଦେଇଥିଲା। ଏହାର ସମାଧାନ ପାଇଁ ସେମାନେ ଏକ ସଭା କରି ସଂପୃକ୍ତ କର୍ମୀଙ୍କୁ ଡକାଇଥିଲେ ହେଁ ସେ ସଭାକୁ ଆସି ନଥିଲେ। ମାତ୍ର ତାଙ୍କ ପରିବର୍ତ୍ତେ ତାଙ୍କ ସ୍ୱାମୀ ଅମୂଲ୍ୟ ବେହୋର ସେଠାରେ ପହଞ୍ଚି ଏସ୍ଏଚ୍ଜି କର୍ମକର୍ତ୍ତାଙ୍କୁ ଗାଳିଗୁଲଜ କରିଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ତୁରନ୍ତ ଜିଲ୍ଲାପାଳ ଏହା ଉପରେ ଦୃଢ଼ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ମଡେଲ ତାଲିମ ପାଇଁ ଅଙ୍ଗନବାଡ଼ି ନ ଛାଡ଼ିବାରୁ ବିବାଦ: ଜିଲ୍ଲାପାଳଙ୍କୁ ଭେଟିଲେ ଏସ୍ଏଚ୍ଜି କର୍ମକର୍ତ୍ତା
କର୍ମୀଙ୍କୁ ବହିଷ୍କାର ଦାବି
/sambad/media/post_attachments/wp-content/uploads/2018/03/debagada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)