ବୃଦ୍ଧଙ୍କୁ ଧରିଲେ, ପିଟିଲେ,ପିଲା ଚୋର ଗୁଜବ

ଧର୍ମଗଡ଼: ବର୍ତ୍ତମାନ ପିଲା ଚୋର ଗୁଜବ ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଜଣେ ବୃଦ୍ଧଙ୍କୁ ଧର୍ମଗଡ ବ୍ଲକ ଅନ୍ତର୍ଗତ କନ୍ତେର ଓ ସରଧାପୁରବାସୀ ଏକ ପୋଲ ନିକଟରୁ ଧରିଥିଲେ। ଏହି ବୃଦ୍ଧଙ୍କ ନିକଟରୁ ଛୋଟ ଛୁରି, ବିସ୍କୁଟ ଓ ଚକଲେଟ ଦେଖି ଏହା ନିଶ୍ଚିତ ପିଲା ଚୋର ଭାବି ବହେ ପିଟିଥିଲେ। ଏ ସଂପର୍କରେ ଖବର ପାଇ ଧର୍ମଗଡ ପୁଲିସ ଏସଆଇ ସଂଜୟ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ଉକ୍ତ ବୃଦ୍ଧକୁ ପୁଲିସ ଜମା ଦେଇଥିଲେ। ଉକ୍ତ ବୃଦ୍ଧଙ୍କ ନାମ ଶୁକରାମ ଦାସ ଓ ସେ ତରଭା ସୀତାରାମ ଆଶ୍ରମର ଅନ୍ତେବାସୀ ବୋଲି ଜଣାପଡ଼ିଥିଲା। ତାଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ସେ ଏଠାକୁ ଚାଲି ଆସିଥିଲେ। ବୁଧବାର ବିଡିଓ ଅଶୋକ ଭୋଇଙ୍କ ସହାୟତାରେ ତାଙ୍କୁ ତରଭା ସୀତାରାମ ଆଶ୍ରମକୁ ପଠାଯାଇଥିବା ପୁଲିସ ଅଫିସର ସଞ୍ଜୟ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର