ଦେବଗଡ଼: ଗତ ୮ ତାରିଖ ଦିନ ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜର କାଉଁଶିତଇଲାଠାରେ ବିଦ୍ୟୁତ ସ୍ପର୍ଶରେ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା।ଆଜି ପୁଣି ଦେବଗଡ଼ ବନଖଣ୍ଡରେ ପୁଣି ଏକ ମାଈହାତୀ ମୃତ ହୋଇଛି। ଦେବଗଡ଼ ରେଞ୍ଜରଶରଣଖୋଳ ଗ୍ରାମରେ ଆଜି ମାଈହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ହାତୀର ବୟସ ୨୦ରୁ ୨୫ ବୟସ ହୋଇଥିବା ବେଳେ ପ୍ରାୟ ୫ମାସର ଗର୍ଭବତୀ ଥିବା ଜଣାପଡ଼ିଛି।
ହାତୀର ସ୍ୱାଭାବିକ ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ ଡିଏଫଓ ରଶ୍ମି ଜୀଙ୍କ ସମେତ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେବଗଡ ବନଖଣ୍ଡରେ ଆଜି ଘଟଣାକୁ ମିଶାଇ ୪ଟି ହାତୀର ମୃତ୍ୟୁ ଘଟିଛି।
Deogarh