ରିଆମାଳ: ରିଆମାଳ ବ୍ଲକ୍ ତୁଙ୍ଗାମାଳ ପଞ୍ଚାୟତରେ ଦେଖା ଦେଇଥିବା ଦନ୍ତା ହାତୀ ଉପଦ୍ରବ ବୁଧବାର ଦଶମ ଦିନରେ ପହଞ୍ଚିଛି। ହାତୀଟି ବ୍ୟାପକ କ୍ଷୟକ୍ଷତି କରି ସାରିଥିବା ବେଳେ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘଉଡ଼ାଇବାକୁ ବନ ବିଭାଗ କରୁଥିବା ସମସ୍ତ ଉଦ୍ୟମ ତା’ ଆଗରେ ଫେଲ୍ ମାରିଛି। ତେବେ ବନ ବିଭାଗ କୌଣସି ପ୍ରକାରେ ତୁଙ୍ଗାମାଳ ଗାଁରୁ ଘଉଡ଼ାଇଥିବା ବେଳେ ଏବେ ହାତୀଟି ପଞ୍ଚାୟତର ଗୁରୁଜାଙ୍ଗ ଅଞ୍ଚଳରେ ସୃଷ୍ଟି କରିଛି ଆତଙ୍କ ରାଜ। ନିକଟସ୍ଥ ଅଙ୍ଗାବୀରା ଜଙ୍ଗଲରେ ରହିବା ସହ ତୁହାକୁ ତୁହା ଗାଁକୁ ଆସି ଘର ଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇଯିବା ସହ ଫସଲ ନଷ୍ଟ କରିବାରେ ଲାଗିଛି। ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ହାତୀଟି ଗୁରୁଜାଙ୍ଗ ଗାଁକୁ ପ୍ରବେଶ କରି ବାବୁଲି ଗଡ଼ନାୟକଙ୍କ ଦୁଇ ବଖରା ଘର ଭାଙ୍ଗିବା ସହ କମଳା ଓ ଆମ୍ବ ବଗିଚା ତଥା ଏକ ବଡ଼ କୋବି ଓ ଅନ୍ୟାନ୍ୟ ପନିପରିବା ଚାଷ ହୋଇଥିବା ଜମିକୁ ସଂପୂର୍ଣ୍ଣ ଉଜାଡ଼ି ଦେଇଥିବା ଅଭିଯୋଗ ହୋଇଛି। ତେବେ ତା’ର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲେ ହେଁ ତାକୁ ଏ ପର୍ଯ୍ୟନ୍ତ କାବୁ କରାଯାଇ ନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।
ଦନ୍ତା ପୁଣି ଭାଙ୍ଗିଲା ଘର
/sambad/media/post_attachments/wp-content/uploads/2018/01/deba25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)